ଅତାବିରା ଦୁର୍ଗା ମନ୍ଦିର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

0

ଅତାବିରା,10/2(ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ଅତାବିରାରେ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ସ୍ଥାନୀୟ ଦୁର୍ଗା ମନ୍ଦିର କଲ୍ୟାଣ ମଣ୍ଡପ ନିର୍ମାଣ କାମ ଶୁକ୍ରବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଆଦିତ୍ୟ ଗୋୟେଲ । କାମ କିପରି ଭାବରେ ଶୀଘ୍ର ଓ ଭଲ ଭାବରେ ହୋଇପାରିବ ସେ ସମ୍ପର୍କରେ ସ୍ଥାନୀୟ ଜେଇ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅତାବିରା ଏନଏସି ଅଧ୍ଯକ୍ଷ ବନମାଳୀ ବରିହା, ବିଜେଡି ଏନଏସି ସଭାପତି ମଣ୍ଟୁ ପଣ୍ଡା, ଅଭିନାଶ ପ୍ରଧାନ, ପ୍ରଶାନ୍ତ ମିଶ୍ର, କାଉନସିଲର ବିଲାସ ଜନପୁରି ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!