କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ଶୁଭ ଉଦଘାଟନ 

0

ଭଟଲି,୧୦/୨(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଭଟଲି ବ୍ଳକ୍ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ଶୁଭ ଉଦଘାଟନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଓ ଭାର୍ଗବ ନାଏକୋ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଧ୍ୟାପିକା ଶ୍ରୀମତୀ ଅନୁପମା ପଣ୍ଡା ଅତିଥି ପରିଚୟ ଓ ସଭାର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ। ଅତିଥିମାନଙ୍କ ଦ୍ଵାରା ମାଁ ରାମଚଣ୍ଡୀଙ୍କର ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ ମୋ ସ୍କୁଲ ଅଭିଯାନ ପ୍ରକଳ୍ପର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଓଡିଶା ସରକାରଙ୍କର ମୋ ସ୍କୁଲ ଅଭିଯାନ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ ପାଇଁ ଏକ ବରଦାନ ସଦୃଶ ।ପୁରାତନ ଛାତ୍ର ଛାତ୍ରୀ ମାନେ ସ୍କୁଲକୁ କିଛି ଆର୍ଥିକ ସାହାଯ୍ୟ କରି ସ୍କୁଲର ଉନ୍ନତି ରେ ଭାଗିଦାରୀ ହେବା ପାଇଁ ଏକ ଅଭିନଵ ପ୍ରୟାସ ଅଟେ ଓ ମୋ ସ୍କୁଲ ” ର ଉନ୍ନତିରେ ସମସ୍ତଙ୍କର ଅଂଶ ଗ୍ରହଣ ଆବଶ୍ୟକ ବୋଲି ଅତିଥି ମାନେ ମତପୋଷଣ କରିଥିଲେ। ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ବରଗଡ଼ ଜିଲ୍ଲାରେ ପ୍ରଥମ କରି କମଗାଁ ମହାବିଦ୍ୟାଳୟରେ ଶୁଭାରମ୍ଭ କରାଯାଇଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି। ଏହି ସୁନ୍ଦର କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିଲା ଓ ସମସ୍ତେ ଭାଗିଦାରୀ ହେବା ପାଇଁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କଲେଜର କର୍ମଚାରୀ ମାନେ ତାଙ୍କର ଷ୍ଟାଫ ଫଣ୍ଡରୁ ପାଞ୍ଚ ଲକ୍ଷ ଟଙ୍କା ଚେକ ମାଧ୍ୟମରେ ମୁଖ୍ୟ ଅତିଥିଙ୍କୁ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ହରେକୃଷ୍ଣ ଦେବତା ମୋ ସ୍କୁଲ ଅଭିଯାନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଦଶମ ଶ୍ରେଣୀରେ ୮୨ ଶତକଡାରୁ ଉର୍ଦ୍ଧ୍ବ ମାର୍କ ରଖି କମଗାଁ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷରେ ପଢୁଥିବା ୫୪ ଜଣ ଛାତ୍ର ଛାତ୍ରୀମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ, ମୋନାଲିସା ପ୍ରଧାନ ଓ ସହାୟିକା ଗ୍ରନ୍ଥାକାରିକା କୁମାରୀ ମୋନାଲିସା ଛନ୍ଦ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପିକା ଟୁନି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!