କଲେଜ ପାଇଁ ଗୈାରବ ଆଣିଲେ ତିନି ଛାତ୍ରଛାତ୍ରୀ:

0

ସରଣ୍ଡା,8/2(ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ସ୍ଥିତ ଅତାବିରା ବ୍ଲକ ଲରମ୍ଭା କଲେଜର ତିନି ଏନ.ସି.ସି ଛାତ୍ରଛାତ୍ରୀ କଲେଜ ପାଇଁ ଗୈାରବ ଆଣିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ପ୍ୟାରେଡରେ କ୍ୟାପଟେନ କ୍ୟାଡେଟ ନାରାୟଣୀ ବେହେରା (ନାଭାଲ) କ୍ୟାଡେଟ ସୂରଜ ମଲ୍ଲିକ (ଆର୍ମି) ଓ ପି.ଓ କ୍ୟାଡେଟ ରୋସନୀ ତ୍ରିପାଠୀ (ନାଭାଲ ) ଏନ.ସି.ସି ଯୋଗଦେଇ ଫେରିଆସିଛନ୍ତି ।

ବୁଧବାର ଏକ ସ୍ବାଗତ ସଭାରେ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଯୁକ୍ତ ରବିନାରାୟଣ ପଣ୍ଡା, ଚିଫ ଅଫିସର କ୍ୟାପଟେନ ଶ୍ରୀ ବିନୟ କୁମାର ନାୟକ, ଏ.ଏନ. ଓ. ଲେପଟାଣ୍ତ ପାଟମଂଜରୀ ସାହୁ, ସି.ଟି.ଓ ସରୋଜ କୁମାର ନାୟକ , ପ୍ରଫେସର ଡଃ ଦିଗାମ୍ବର ଚାନ୍ଦ ମଂଚାସୀନ ରହି କ୍ୟାଡେଡ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନିଜର ଅନୁଭୁତି ବଖାଣିବା ସାଂଗକୁ ଅଭିଭାବକ ମିଳନ ତ୍ରିପାଠୀ, ସୁନୀତା ତ୍ରିପାଠୀ, ସୁଶାନ୍ତ ବେହେରା ଯୋଗଦେଇ କଲେଜର ସାହାଯ୍ୟ ଓ ନିଜର ସନ୍ତାନ ମାନଙ୍କର କାର୍ଯ୍ୟଦକ୍ଷତାକୁ ଉପସ୍ଥାପନ କରିଥିଲେ । ଶେଷରେ ଅଧ୍ୟାପକ ପବିତ୍ର ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଫେସର ଅଶୋକ ମହାନ୍ତି, ମନରଂଜନ ତ୍ରପାଠୀ, ପ୍ରମୋଦ ଚନ୍ଦ୍ର ସେଠ, ସିଦ୍ଧେଶ୍ବର ପ୍ରଧାନ , ଡଃ ମୋନିକା ଶତପଥି , ତାରାଚାନ୍ଦ କଣ୍ଟା , ଲିଂଗରାଜ ପୋଢ ପ୍ରମୁଖ ଯୋଗଦେଇ ଥିଲେ । ଏଭଳି ସଫଳତାକୁ ଅଂଚଳରେ ବହୁ ପ୍ରଶଂସା କରାଯାଉଛି।


Leave a Reply

Your email address will not be published. Required fields are marked *

error: Content is protected !!