ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଙ୍କ ବଦଳି ଦାବି ନେଇ ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ

0

ବରଗଡ,୩୧।୭(ସଂସ୍କୃତି ମିଡ଼ିଆ)-ବରଗଡ ଜିଲ୍ଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା ଭେଷଜ ବିଶେଷଜ୍ଞ ଡାକ୍ତର ଅସିମ ଅଭିଳାଷ ମହାନ୍ତି ଙ୍କ ବଦଳି ଦାବି ନେଇ ଅଞ୍ଚଳବାସୀ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ ବେଡ ବିଶିଷ୍ଟ ହୋଇଥିବା ବେଳେ ପାଇକମାଳ ଓ ଝାରବନ୍ଧ ବ୍ଲକ ର ଲୋକେ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ହେଲେ ଡକ୍ଟର ମହାନ୍ତି ନିୟମିତ ଭାବରେ ଡାକ୍ତରଖାନା ଆସୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଡାକ୍ତର ଜଣକ ଡାକ୍ତରଖାନାକୁ ନିୟମିତ ନ ଆସି ପଦ୍ମପୁର ସହରରେ ୪ ଟି କ୍ଳିନିକ ରେ ଡ୍ୟୁଟି କରୁଥିବା ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଙ୍କ ବଦଳି ଦାବି ନେଇ ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ ଡାକ୍ତରଙ୍କ ବଦଳି ଦାବି ନେଇ ସ୍ଥାନୀୟ ଲୋକମାନେ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ପଛରେ ମୁଖ୍ୟ କାରଣଗୁଡ଼ିକ ହେଲା ସ୍ବାସ୍ଥ୍ୟସେବାରେ ଅବହେଳା ଏବଂ ନୂତନ ଡାକ୍ତର ନିଯୁକ୍ତି ଆବଶ୍ୟକତା।ମୁଖ୍ୟ କାରଣ ଓ ଦାବିଅବହେଳା: ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଠିକ୍ ଭାବେ ରୋଗୀ ଦେଖୁନଥିବା ଅଭିଯୋଗ ମଧ୍ୟ ହେଉଛି। ଅନ୍ୟ ଜଣେ ଭଲ ଡାକ୍ତରଙ୍କୁ ଆଣିବା ପାଇଁ ଅଞ୍ଚଳବାସୀ ଦାବି।ଏହି ବିଷୟରେ ସାଂସଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବେଳେ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି । ଦାବୀ ପତ୍ର ପ୍ରଦାନ ସମୟରେ ପାଇକମାଲ ଅଞ୍ଚଳର ବାସୀଙ୍କ ତରଫରୁ ସିଦ୍ଧାର୍ଥ ପୁରୋହିତ( ଟିନୁ),ରୋଶନ ପାଣିଗ୍ରାହୀ,ଅଜିତ ସାହୁ,ମନୋଜ କୁମାର,ଝସକେତନ ସେଠ,ତିଳକ ରଣା ପ୍ରମୁଖ ଉପସ୍ଥିତ ଦାବି କରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!