ବୁଗବୁଗା ଓ କୁଲୁଣ୍ଡା ପଞ୍ଚାୟତର ରାସ୍ତା ମରାମତି କରିବା ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ସାମାଜିକ କର୍ମୀ

ଅତାବିରା,10/2(ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ଅତାବିରା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାଏକଙ୍କୁ ଭେଟି ଅତାବିରା ବ୍ଲକର ସାମାଜିକ କର୍ମୀ ସୁରେନ୍ଦ୍ର କଠାର ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତର ଜାମଟିକ୍ରା ଅଂଗନବାଡି କେନ୍ଦ୍ରରୁ ସହଁରାପଡାକୁ ସଂଯୋଗ କରୁଥିବା ମାଟି ରାସ୍ତା ଅତି ଶୋଚନୀୟ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ବିଦ୍ୟାଳୟ କଲେଜକୁ ଯାଉଛନ୍ତି କିନ୍ତୁ ରାସ୍ତା ମରାମତି ହୋଇପାରିନାହିଁ ଠିକ୍ ସେହିପରି ବୁଗବୁଗା ପଞ୍ଚାୟତର ଜାମଟିକ୍ରା ରୁ ବୁଗବୁଗା ସଂଯୋଗ କରୁଥିବା ରାସ୍ତା, କୁଲୁଣ୍ଡା ପଞ୍ଚାୟତର କୁଲୁଣ୍ଡା ରୁ ଜାମଟିକ୍ରା ସଂଯୋଗ କରୁଥିବା ରାସ୍ତା, ପଲସାପାଲି ଗ୍ରାମରୁ ଜାମଟିକ୍ରାକୁ ସଂଯୋଗ କରୁଥିବା ମାଟି ରାସ୍ତା ଅତି ଶୋଚନୀୟ ତେଣୁ ବର୍ଷା ଋତୁ ପୂର୍ବରୁ ଏହି ସମସ୍ତ ରାସ୍ତା ମରାମତି କରାଯାଉ।