ହାତ ଧରିଲେ ଅଭିନେତା କୋଶଳ ପ୍ରେମୀ ମନୋଜ ମିଶ୍ର

ଭୁବନେଶ୍ୱର,୧୦।୨(ସଂସ୍କୃତି ମିଡ଼ିଆ )-ହାତ ଧରିଲେ ଅଭିନେତା କୋଶଳ ପ୍ରେମୀ ମନୋଜ ମିଶ୍ର l ହାତ ଧରି କଂଗ୍ରେସରେ ସାମିଲ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର । ଶନିବାର ବିଧିବଦ୍ଧ ଭାବେ ଅଭିନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତ ଥିଲେ। କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ଯାହାକୁ ସରକାର ଦୃଷ୍ଟି ଦେଉନାହାନ୍ତି । ତେଣୁ ଲୋକଙ୍କ କାମ କରିବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବେ। ତେବେ କଂଗ୍ରେସ ରେ ସାମିଲ ପରେ କୋଶଲ ପ୍ରେମ ରହିବ ନା ନାହିଁ ମନୋଜ ମିଶ୍ର ଙ୍କ ତାହା ଆଗକୁ ଜଣାପଡିବ l