ଜୀବନ୍ତ ବଜ୍ରକାପ୍ତା ଜବତ୍, ଜଣେ ଗିରଫ

0

ଭଟଲି,୧୩/୨(ସଂସ୍କୃତି ମିଡ଼ିଆ )-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରିବା ସହ ଅନେକ ପଦକ୍ଷେପ ନେଉଛନ୍ତି । ତାହା ସତ୍ତ୍ୱେ କିଛି ଅସାମାଜିକ ବ୍ୟକ୍ତି ସେସବୁକୁ ଖାତିର ନକରି ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲଙ୍ଘନ କରୁଥିବାର ଦେଖିବାକୁ ମିଳୁଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ଅପରାହ୍ନ ସମୟରେ କୌଣସି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଭୁବନେଶ୍ୱର ଏସ୍ ଟି ଏଫ୍ ଟିମ୍ ବରଗଡ ଜିଲ୍ଲା ଡୁଙ୍ଗୁରି ଅନ୍ତର୍ଗତ ସଉନ୍ତାମାଲ ଗ୍ରାମରେ ଅତର୍କିତ ଭାବରେ ଚଢାଉ କରିଥିଲା । ସଉନ୍ତାମାଲ ଗ୍ରାମର ୪୧ ବର୍ଷିୟ ଜଗଦିଶ ମିଞ୍ଜଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା । ଏସ୍ ଟି ଏଫ୍ ଟିମ୍ ଏହି ଜୀବନ୍ତ ବଜ୍ରକାପ୍ତାକୁ ଆଣି ଭଟଲି ବନାଞ୍ଚଳ ଅଧିକାରୀ ସୁବୋଧ କୁମାର ସାହୁଙ୍କୁ ହସ୍ତାନ୍ତର କରିଥିଲେ । ପରେ ବଜ୍ରକାପ୍ତାଟିକୁ ଡାକ୍ତରୀ ପରୀକ୍ଷା କରାଇ ସୁସ୍ଥ ଥିବା ଜାଣିବାପରେ ପୁଣି ଜଙ୍ଗଳରେ ଛାଡି ଦିଆଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!