ଶୁନ୍ୟକାଳରେ ସାମ୍ବାଦିକଙ୍କ ଦାବି ଉପରେ ସ୍ପଷ୍ଟୀକରଣ ମାଗିଲେ ନରସିଂହ ମିଶ୍ର

0

ଭୁବନେଶ୍ୱର,୮ା୨(ସଂସ୍କୃତି ମିଡ଼ିଆ ): ସାମ୍ବାଦିକମାନେ ନିଜର ଦାବି ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସୁଛନ୍ତି। ବର୍ଷ ତମାମ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳମାନଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ସାମ୍ବାଦିକଙ୍କ ପାଇଁ ପେନସନ, ସୁରକ୍ଷା ଆଇନ ଓ ସଂମ୍ମାନ ଦାବି କରାଯାଇଛି । ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତି ଜିଲ୍ଲା ସାମ୍ବାଦିକ ୟୁନିଟ ଏହି କାର୍ଯ୍ୟ କରିଛନ୍ତି l ଏନେଇ ଆଜି ବିଧାନସଭା ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର l ସେ କହିଛନ୍ତି ଯେ, ‘ଅନ୍ୟ ରାଜ୍ୟଗୁଡ଼ିକ ଖବରଦାତାଙ୍କୁ ପେନ୍‌ସନ୍‌ ଓ ସୁରକ୍ଷା ଦେଉଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଲୋକ ସଭା ଭବନକୁ ମଧ୍ୟ ଖବରଦାତାମାନଙ୍କୁ ଛଡ଼ାଯାଉନାହିଁ। ତୁରନ୍ତ ସେମାନଙ୍କୁ ସଚିବାଳୟ ପାସ୍‌ ଦିଆଯାଉ। ସରକାରଙ୍କ ଖବର ସେମାନେ ପ୍ରକାଶ କରନ୍ତୁ। ଲୋକମାନଙ୍କ ପାଖରେ ସରକାରଙ୍କ ଖବର ପହଞ୍ଚୁ। ଅନ୍ୟ ରାଜ୍ୟ ଭଳି ଖବରଦାତାଙ୍କୁ ପେନ୍‌ସନ୍‌ ଦେବା ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ’ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୁରୁବାର ଅନୁଷ୍ଠିତ ହୋଇଥିବା ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ସେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!