ସଂସ୍କୃତି ମିଡ଼ିଆର ପ୍ରଭାବ,ବର୍ଷେ ପରେ ଜଳିଲା ଷ୍ଟ୍ରିଟ ଲାଇଟ

ସରଣ୍ଡା,10/2(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ – ସମ୍ବଲପୁର 53 ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡା ମନ୍ଦିର ଛକ ରେ ଶିଳାନ୍ୟାସର ବର୍ଷକ ପରେ ଶନିବାର ଷ୍ଟ୍ରିଟ ଲାଇଟ ଜାଳିଛି l ଏନେଇ ‘ସଂସ୍କୃତି ମିଡ଼ିଆ’ ୟୁଟୁବ ନିଉଜ ଚ୍ୟାନେଲ ରେ ଗତ 2023 ମସିହା ଡିସେମ୍ବର 12 ତାରିଖରେ ସ୍ୱତନ୍ତ୍ର ବୁଲେଟିନ ନିଉଜ ପ୍ରସାରଣ କରାଯାଇଥିଲା l
ଏହା ପରେ ପ୍ରଶାସନିକ ସ୍ତରରେ ତତ୍ତ୍ୱରତା ଦେଖାଯାଇଥିଲା l ଶେଷରେ ଆଜି ଶନିବାର ଷ୍ଟ୍ରିଟ ଲାଇଟ ଜଳିବାର ଶୁଭରମ୍ଭ ହୋଇଛି l ଜାତୀୟ ରାଜପଥ ଚାରି ଲେନ ହେବା ଦିନରୁ ବାରମ୍ବାର ଦାବି କରିବା ପରେ ବିଭିନ୍ନ ସ୍ତରରେ ଉଦ୍ୟମ କରି ଶେଷରେ ଗତ 2023 ମସିହା ଜାନୁୟାରୀ 5ତାରିଖରେ ସମ୍ବଲପୁର ରୁ ବରଗଡ଼ ଜିଲା ଲୁହୁରାଚଟି ପଯ୍ୟନ୍ତ 53 ନମ୍ବର ଜାତୀୟ ରାଜପଥ ର 13ଟି ଛକରେ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ବରଗଡ଼ ସଂସଦ ସୁରେଶ ପୁଜାରୀ ସରଣ୍ଡା ମନ୍ଦିର ଛକ ଠାରେ ଶିଳାନ୍ୟାସ କରିଥିଲେ l ଶିଳାନ୍ୟାସ ପରେ ପରେ ପର୍ଯ୍ୟାୟ କ୍ରମେ ସମସ୍ତ ସ୍ଥାନରେ ଏନଏଚଆଇ ର ଶୋଭା ଯୋଜନାର ଠିକାଦାର କେଶବ ରାଓ ଙ୍କ ତତ୍ତ୍ୱାବଧାନରେ ଇଲେକ୍ଟ୍ରିକ ଖୁମ୍ବ, ତାର ଓ ଲାଇଟ ଆଦି ଟେକ୍ନିକାଲ କାର୍ଯ୍ୟ ସମାପ୍ତ ହୋଇ ଯାଇଥିଲା l ତେବେ ପ୍ରଶାସନିକ କାର୍ଯ୍ୟ ତ୍ୱରାନ୍ମିତରେ ବିଳମ୍ବ ଯୋଗୁଁ ଷ୍ଟ୍ରିଟ ଲାଇଟ ଜଳି ପାରୁ ନଥିଲା l ପୁଣି ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଓ ଅଭିଯୋଗ ଏବଂ ସଂସ୍କୃତି ମିଡ଼ିଆ ର ନିଉଜ ପରେ ପରେ ଶନିବାର ସରଣ୍ଡା ମନ୍ଦିର ଛକର ଷ୍ଟ୍ରିଟ ଲାଇଟ ଜାଳିଛି l ଏଥିପାଇଁ ଏନ ଏଚ ପ୍ରୋଜେକ୍ଟ ଇନଚାର୍ଜ ଉମାକାନ୍ତ ବାରିକଙ୍କୁ ଜଣାଇବା ପରେ ଷ୍ଟ୍ରିଟ ଲାଇଟ ଜଳାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ l ସୂଚନା ଯୋଗ୍ୟ ଯେ 13 ଟି ସ୍ଥାନର 10 ଷ୍ଟ୍ରିଟ ଲାଇଟ ଜଳିଛି, ଶନିବାର ସରଣ୍ଡା ରେ ଜଳିବା ପରେ ବି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଶୁକଟାପାଲି ଓ ସୋହେଲା ବ୍ଲକ ଦଶମାଇଲ ଛକରେ ସମସ୍ତ ସରଞ୍ଜାମ ପ୍ରସ୍ତୁତ ଥିବା ସତ୍ତ୍ୱେ ଏବେ ବି ଅନ୍ଧାର ରହିଛି l
ଶନିବାର ସରଣ୍ଡା ମନ୍ଦିର ଛକରେ ଷ୍ଟ୍ରିଟ ଲାଇଟ ରେ ବିଦ୍ୟୁତ ସଂଯୋଗ ପାଇଁ ପୂଜାପାଠ କରାଯାଇଛି ଶୁଭାରମ୍ଭ କରାଯାଇଥିଲା l ଏଥିରେ ଅତାବିରା ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ମନ୍ମଥ ଦାଶ, ୧ ନମ୍ବର ସେକ୍ସନ ଅଫିସର ଶ୍ରଦ୍ଧାନନ୍ଦ ନାୟକ, ଏନଏଚଆଇ ର ଶୋଭା ଯୋଜନାର ଠିକାଦାର କେଶବ ରାଓ, ଲାଇନମ୍ୟାନ ଶଶାଙ୍କ ଶେଖର ନାୟକ, ଏମଆରଟି ଜେଇ ରିଙ୍କୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l