କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ଅତାବିରା ବିଧାୟକ ତଥା ବରଗଡ଼ ଜିଲା ସଭାପତି ନିହାର ମହାନନ୍ଦ ଶଙ୍ଖ ଫୁଙ୍କିବେ ନା ପଦ୍ମ ଧରିବେ ନିହାର???

ଅତାବିରା,୧୨ା୨(ସଂସ୍କୃତି ମିଡ଼ିଆ ): ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ଼. ଅଜୟ କୁମାର ପ୍ରମୁଖଙ୍କ ନିକଟକୁ ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ, ରବିବାର କଂଗ୍ରେସ ନିହାରଙ୍କୁ ଜିଲା ସଭାପତି ପଦବୀରୁ ହଟାଇଥିଲା ଏବଂ ଦଳ ସେହି ସ୍ଥାନରେ ହରଦୀପ ସିଂଙ୍କୁ ନୂତନ ଜିଲା ସଭାପତି ଭାବେ ଅବସ୍ଥାପିତ କରିଥିଲା। ଏହାର ଦିନକ ପରେ ନିହାରଙ୍କ ଇସ୍ତଫା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ନିହାର ଶଙ୍ଖ ଫୁଙ୍କିବେ ନା ପଦ୍ମ ଧରିବେ ସେନେଇ ଚର୍ଚ୍ଚା ଜୋର ଧରିଛି l ତେବେ ନିହାର ଆଗକୁ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଭାଜପା ପ୍ରତି ସେ ଢାଳିଥିବା କେତେକ ଘଟଣାବଳୀ କୁ ନଜର ଦେଲେ ତାହା ବାରି ପଡୁଛି l ଗତ ହନୁମାନ ଜୟନ୍ତୀରେ ନିହାର ଅତାବିରା ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ତେବେ ଲୋକେ ଯାହା ଚାହିଁବେ, ସେ ସେହି ନିଷ୍ପତ୍ତି ନେବେ ବୋଲି ନିହାର କହିଛନ୍ତି।