ଜାତୀୟ କୃମିନାଶକ ଦିବସ ପାଳିତ

0

ସରଣ୍ଡା,10/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜଠାରେ ଶନିବାର ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଅଛି । କଲେଜର ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଆଲବେଣ୍ଡାଜୋଲ ପ୍ରଦାନ ସହ ପୁଷ୍ଟିହୀନତା ଓ ରକ୍ତହୀନତା ଉପରେ ଆଲୋଚନା କରି ଏହାର ଶୁଭାରମ୍ଭ କରିଥିଲେ । କଲେଜର ଏନ.ଏସ.ଏସ ଅଧିକାରୀ ଡଃ ଅଜିତ କୁମାର ନାଥ, ସଂଘମିତ୍ରା ମହାକୁର , ଶ୍ରୀ ଗଣେଶ ସିଂ , ଯୁବ ରେଡକ୍ରସ ଅଧିକାରୀ ଶ୍ରୀ ସୁନୀଳ ପ୍ରଧାନ ଛାତ୍ର ଛାତ୍ରୀଙ୍କୁ ଔଷଧ ସେବନ କରାଇଥିଲେ । ଏ ଅବସରରେ ଏ. ଏନ. ଏମ. ଦିଦି ବୈଦେହୀ ନାଏକ ସ୍ଥାନୀୟ ଆଶାକର୍ମୀ ସହଯୋଗ କରିଥିଲେ । ଏହି ସମୟରେ ଜିଲ୍ଳା ସ୍ତରୀୟ ପରିଦର୍ଶକ ଦଳ କଲେଜକୁ ଆସି ଏହାର ତଦାରଖ କରି ଫେରିଛନ୍ତି । କଲେଜର ଅଧ୍ୟାପକ ମନରଂଜନ ତ୍ରିପାଠୀ , ପବିତ୍ର ମାହାଣା, ପାୟଲ ସାହୁ , ଡଃ ମୋନିକା ଶତପଥୀ , ଡଃ ଶାନ୍ତିଲତା ବାରିକ, ଗୁରୁଦେବ କୁଶଳ, ଡଃ ରଂଜିତ ପ୍ରଧାନ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!