ପାଇକମାଳ ହାଇସ୍କୁଲ ରେ ବିଷୟ ସମୃଦ୍ଧି ଶିବିର ଉଦଘାଟିତ

0

ପାଇକମାଳ,12/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦ୍ଵି ଦିବସୀୟ ବିଷୟ ସମୃଦ୍ଧି ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଉଦଘାଟିତ ହୋଇ ଯାଇଛି l ଆୟୁର୍ବେଦିକ କଲେଜ ର ଡେପୁଟି ସୁପେରିଣ୍ଟେଣ୍ଡେଣ୍ଟ ଶରତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦଘାଟନ କରିଥିଲେ l ଏ ବି ଇ ଓ ଧଲେନ୍ଦ୍ର  କୁମାର ବାରିକ ଶିବିର ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏ ବି ଓ ରାଧେଶ୍ୟାମ ମେହେର ଓ ସୁଶାନ୍ତ କୁମାର ସାହୁ ମଞ୍ଚାସିନ ଥିଲେ l

ପ୍ରଶିକ୍ଷଣ ରେ ପାଇକମାଳ ବ୍ଲକ 153 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦୋଲମଣି ମାହାର,ବ୍ରଜ କିଶୋର ଜେନା, ରଞ୍ଜନ ବାଗ ପ୍ରମୁଖ 12 ସାଧନ କର୍ମୀ ପ୍ରଶିକ୍ଷଣ ଦେଉଛନ୍ତି l ତ୍ରିଲୋଚନ ନାୟକ ଶିବିର ପରିଚଲନା କରିଥିଲେ I

(ପାଇକମାଳ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!