ରାଜ୍ୟସଭା ସାଂସଦଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୧୨/୨ (ସଂସ୍କୃତି ମିଡିଆ)-ସମ୍ବଲପୁର ରେଳଷ୍ଟେସନ ଠାରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କୁ ତାଙ୍କର ସମ୍ବଲପୁର ଜିଲ୍ଲାର ପ୍ରତିନିଧି ଓ ଯୁବ ବିଜେଡି ନେତାମାନେ ସୋମବାର ସ୍ୱ।ଗତ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତିି। ଆଜି ସମ୍ବଲପୁର ରେଳ ଷ୍ଟେସନଠାରେ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବିଶେଷ କରି ସମ୍ବଲପୁର ଜିଲ୍ଲାରେ ସାଂଗଠାନିକ ସ୍ଥିତି ତଥା ଏସଟି, ଏସସି , ଓବିସି , ସଂଖ୍ୟାଲଘୁ ତଥା ସାଧାରଣ ବର୍ଗଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା। ରାଜ୍ୟସଭା ସାଂସଦଙ୍କ ସହ ଏହି ଆଲୋଚନା ସମୟରେ ଯୁବବିଜେଡି ନେତା ତଥା ସା଼ଂସଦଙ୍କ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଆଶିଷ ମହାନନ୍ଦ, ସୁଧିର ପଟ୍ଟନାୟକ, ନରେଶ ସର୍ମା, ଅନିଲ ପାଣିଗ୍ରାହୀ, ବିକାଶ ତରିଆ, ଅଜୟ ମହାକୁର, ଭଜରାଜ ନାଗ, ଗୋପାଲ ଶର୍ମା, ସୁମନ ରଏ, ଶିବାଶିଷ ନନ୍ଦ, ସହଦେବ ସ୍ୱ।ଇଁ ପ୍ରମୁଖ ଉପସ୍ଥିତ ଥିଲେ।