କର୍ମିଟିକ୍ରା ଶ୍ରୀ ହନୁମାନ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ପାଇଁ ଯଜ୍ଞାରମ୍ଭ

0

ସରଣ୍ଡା,13/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲାରସରା ପଞ୍ଚାୟତ କର୍ମୀଟିକ୍ରା ଠାରେ ନବ ନିର୍ମିତ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ମଙ୍ଗଳବାର କଳସ ଶୋଭାଯାତ୍ରା, ମଣ୍ଡପ ପୂଜନ, ଯଜ୍ଞନାରାୟଣ ପୂଜନ ଅଗ୍ନିସ୍ଥାପନ ପୂର୍ବକ ଗର୍ଭାଧାନ, ଯୁପସ୍ନାନ ପରେ ଯଜ୍ଞାରମ୍ଭ ଅନୁଷ୍ଠିତ ହୋଇଯାଇଛି l

ମଙ୍ଗଳବାର ପୂର୍ବାହ୍ନରେ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଯଂଜ୍ଞମଣ୍ଡପରେ କଳସ ପାଇଁ ସଂକଳ୍ପ ପୂଜାପାଠ କରାଯାଇଥିଲା l ପରେ ନିକଟସ୍ଥ ପୋଖରୀରୁ ପୂର୍ଣ୍ଣକଳସୀ ଧରି ଶତାଧିକ ମହିଳା ଏକ ଭବ୍ୟ ଶୋଭାଯାତ୍ରା ରେ ମଣ୍ଡପକୁ ଆସି ସ୍ଥାପନ କରିଥିଲେ l କଳସ ଶୋଭାଯାତ୍ରାରେ ଗ୍ରାମର କୀର୍ତ୍ତନ ମଣ୍ଡଳୀ ଭଜନ କୀର୍ତ୍ତନ ସହ ଭବ୍ୟ ବଜାଗଜା ସାମିଲ ହୋଇଥିଲେ l
ପଣ୍ଡିତ ମୁଖ୍ୟ ଆଚାର୍ଯ୍ୟ ପୁରୁଷୋତ୍ତମ ଦାଶଙ୍କ ସମେତ ପ୍ରଭାକର ଶତପଥୀ, ଦିଲିପ ରଥ, ପ୍ରତ୍ୟୁଷ ରଥ, ମଳୟ ଦାଶ ଓ ହିମାଂଶୁ ଦାଶ ପୌରହିତ୍ୟ କରୁଥିବା ବେଳେ କୁବେର ମହାକୁର ଓ ଗାୟତ୍ରୀ ମହାକୁର ସପତ୍ନୀକ କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି l
ଏଥିରେ ଶତାଧିକ ଗ୍ରାମବାସୀଙ୍କ ସହଯୋଗ କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମଙ୍ଗଳବାର ଯଂଜ୍ଞାରମ୍ଭ ସହ ଉଦଘାଟିତ ହୋଇଥିବା ବେଳେ ଆସନ୍ତା ଫେବୃଆରୀ 15 ତାରିଖ ପୁର୍ଣ୍ଣାହୁତି ସହ ଉଦଯାପିତ ହେବ l ହୋମ ପୁର୍ଣ୍ଣାହୁତି ପରେ ବିଗ୍ରହ ରାମ ଭକ୍ତ ବୀର ହନୁମାନଙ୍କୁ

ନବ ନିର୍ମିତ ମନ୍ଦିରକୁ ପ୍ରବେଶ କରାଯିବାର କାର୍ଯ୍ୟକ୍ରମ ରହିଛି l ମଙ୍ଗଳବାର ଉଦଘାଟନ ଉତ୍ସବ ସହ ଭବ୍ୟ କଳସ ଶୋଭାଯାତ୍ରାରେ ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, କୋଶଲ ସେନାର ରମଣୀ ଦନ୍ତା ପ୍ରମୁଖ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ତଲାବିରା ଗ୍ରାମର କୃଷ୍ଣଗୁରୁ ଦଳ ନିଜ କଳା ପରିବେଷଣ କରିଥିଲେ l ଆସନ୍ତା କାଲି ପୂଜା ମଣ୍ଡପରେ ମଣ୍ଡପାଧ୍ ଦେବତାପୂଜନ, ଦେବତାଙ୍କ ପ୍ରାଣ ପ୍ରତିଷ୍ଠା, ମନ୍ଦିର ଅଧ୍ୟାବାସ, ହବନ କାର୍ଯ୍ୟ ଥିବା ବେଳେ ସନ୍ଧ୍ୟାରେ ଜାଙ୍ଗେଡ଼ ଓ ସୋଢାପାଲି ଗ୍ରାମର ମହିଳା କୀର୍ତ୍ତନ ପରିବେଷଣ କରାଯିବ l


Leave a Reply

Your email address will not be published. Required fields are marked *

error: Content is protected !!