ଅତାବିରାରେ ବିଶ୍ୱ ରେଡ଼ିଓ ଦିବସ ପାଳିତ : ଆଧୁନିକ ଯୁଗରେ ରେଡ଼ିଓ ହରାଉଛି ଅସ୍ତିତ୍ବ

ଅତାବିରା,13/2(ସଂସ୍କୃତି ମିଡ଼ିଆ )- ଶବ୍ଦ,ସ୍ବର,ସଂଗୀତ ଓ ସୂଜନଶୀଳତା ଆଦିର ସଂଗମ ହେଉଛି ରେଡିଓ । ଆଜି ହେଉଛି ଫେବୃଆରୀ ମାସ ୧୩ ତାରିଖ ସୋମବାର ବିଶ୍ବ ରେଡିଓ ଦିବସ ଏହି ଦିବସଟିକୁ ଆଜି ବରଗଡ଼ ଜିଲା ଅତାବିରା ଲାଦେରପାଲି ସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଏବଂ ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥିଲା l ଆକାଶବାଣୀ ଶ୍ରୋତା ସଙ୍ଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆକାଶବାଣୀ ର ଗୀତିକାର ସରୋଜ ରଥ, ଓଡିଶା ରାଜ୍ୟ କୃଷକ ସଂଗଠନ ର ସଭାପତି ବୀରେନ୍ଦ୍ର କର, ଆଞ୍ଚଳିକ ସାହିତ୍ୟ ପରିଷଦ ର ସଭାପତି ଦଶରଥ ଭୋଇ ସମ୍ପାଦକ ସୁରେନ୍ଦ୍ର କଠାର, ସ୍ରୋତା ସଂଘରୁ ବିନୟ କୁମାର ସାହୁ, ହରିପ୍ରସାଦ ପ୍ରଧାନ, କବି ଦୁର୍ଲଭ ଗଡତିଆ, କବି ସଂଜୁ ପଧାନ, କବି କେତନ ରଣା, ନାଟ୍ୟକାର ମନୋଜ ଭୋଇ,ଗୁରୁ ଭୋଇ ପ୍ରମୁଖ ଯୋଗ ଦେଇଥିଲେ l ବକ୍ତା ମାନେ ଆଧୁନିକ ଯୁଗରେ ରେଡ଼ିଓ କିପରି ତାର ଅସ୍ତିତ୍ବ ହରାଉଛି ସେ ବିଷୟରେ ଦୁଃଖ ପ୍ରକାଶ କରିଥିଲେ l ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ରେଡ଼ିଓର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l ବିନୟ କୁମାର ସାହୁ ରେଡ଼ିଓ ଦିବସ ପାଳନର ଉଦ୍ୟେଶ ବିଷୟରେ ଅବଗତ କରାଇଥିଲେ l ସମ୍ବଲପୁରୀ କବି ତଥା ଆକାଶବାଣୀ ଶ୍ରୋତା ସଂଘର ସଦସ୍ୟ ଦିବଂଗତ ସନ୍ତୋଷ କୁମାର ପ୍ରଧାନ ଙ୍କ ଅମର ଆତ୍ମାର ସତଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଛି ତାଙ୍କ ସ୍ମୃତି ଚାରଣ କରାଯାଇଥିଲା l ଶେଷରେ ଉଦ୍ୟକ୍ତା ସୁବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
(ଅତାବିରା ରୁ ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ )