ଆଉ ଶୁଭିବ ନାହିଁ ‘ଜୁହାର୍ ଦଦା ସମ୍ବଲପୁର୍’ ଡାକ : ମ୍ବଲପୁରୀ ରାମାୟଣର ଲେଖକ ସନ୍ତୋଷଙ୍କ ଦେହାନ୍ତ

0

ସରଣ୍ଡା, 13/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳି ପଞ୍ଚାୟତ କଟାପାଲି ଗ୍ରାମର ସମ୍ବଲପୁରୀ କବି ସନ୍ତୋଷ କୁମାର ପଧାନ ଙ୍କ 73 ବର୍ଷ ବୟସରେ ସୋମବାର ଦେହାନ୍ତ ହୋଇଯାଇଛି l ସ୍ବର୍ଗତ ସନ୍ତୋଷ ଜୁହାର୍ ଦଦା ସମ୍ବଲପୁର୍ ଭାବେ ପରିଚିତ ଥିଲେ l ସେ ତାଙ୍କ ସମ୍ବଲପୁରୀ କବିତା କେରା

‘ଜୁହାର୍ ଦଦା ସମ୍ବଲପୁର୍ ‘ ପୁସ୍ତକ ପରେ ପରେ

‘ସମ୍ବଲପୁରୀ ରାମାୟଣ’, ‘ବରଗଡ଼ିଆ ପିଲା ‘ ଆଦି ବହୁ ପୁସ୍ତକ ଲେଖିଛନ୍ତି l ଅନ୍ୟ ପଟେ କବିତା ଲେଖିବା ସଙ୍ଗେ ସଙ୍ଗେ କବିରାଜ ମଧ୍ୟ କରି ଆୟୁର୍ବେଦିକ ଡାକ୍ତର ଭାବରେ ମଧ୍ୟ ବେଶ ଜଣାଶୁଣା ଥିଲେ l ଅର୍ଶ, ମଳକକଣ୍ଟକ, ପ୍ରମେହ, ଅଣ୍ଡାକୋଷର ଔଷଧ ମାଗଣାରେ ଲୋକଙ୍କୁ ଦେଇ ଯୋଗାସନ ଦ୍ୱାରା କିଭଳି ନିରୋଗୀ ରହିପାରିବେ ତାହା ଦିଗଦର୍ଶନ ଦେଉଥିଲେ l ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଥିଲେ l ହେଲେ ସୋମବାର ତାଙ୍କର କଟାପାଲି ବାସସ୍ଥାନରେ ଦେହାନ୍ତ ହୋଇଯାଇଛି l1951 ମସିହାରେ ଜନ୍ମ ଗ୍ରହଣ କରିଥିବା କବି ସନ୍ତୋଷ ବହୁତ ଗୁଡ଼ାଏ ସଂମ୍ମାନ ରେ ସଂମ୍ମାନିତ ହୋଇଛନ୍ତି l ସେଥି ମଧ୍ୟରୁ ଅତାବିରା ଯୁବକ ସଂଘ, ବରଗଡ଼ ଜିଲା ଲୋକ ମହୋତ୍ସବ ସମିତି, ବରଗଡ଼ ଧନ୍ଵନ୍ତରୀ ଆୟୁର୍ବେଦିକ ପ୍ରଚାର ସମିତି, 2004 ରେ ଧାଙ୍ଗେର ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ‘ଭାଷାର୍ ଚାଙ୍ଗରି’ ସମ୍ମାନ, 2008 ରେ ତୁରୁଙ୍ଗା ସମ୍ବଲପୁରୀ ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ କୋଶଳ କବି ସମ୍ମିଳନୀ, କାଇଁଶିର ରେ ଅନୁଷ୍ଠିତ ଝରନ ମହୋତ୍ସବ, ବରପାଲିରେ ସେହି 2008 ରେ ଅନୁଷ୍ଠିତ ଲୋକ ମହୋତ୍ସବ ଆଦି ବହୁ ସ୍ଥାନରେ ସଂମ୍ମାନିତ ହୋଇଥିଲେ l ସୋମବାର ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବିଧବା ପତ୍ନୀ ତୁଳସୀ, ପୁତ୍ର ବିଭୁତି, ଅମୁଲ୍ୟ, ପ୍ରଫୁଲ୍ଲ, ଜଗନ୍ନାଥ ଓ ବିଭୁଲ ପ୍ରଧାନ ଙ୍କ ସମେତ ପୁତ୍ର ବଧୂ ନାତି ନାତୁଣୀ ଉପସ୍ଥିତ ଥିଲେ l ତାଙ୍କ ବଡ଼ ପୁଅ ବିଭୁତି ପ୍ରଧାନ ମୁଖାଗ୍ନି ଦେଇଥିଲେ l ତାଙ୍କ ବିୟୋଗରେ ଆକାଶବାଣୀ ଶ୍ରୋତା ସଂଘର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ପ୍ରତିଷ୍ଠାତା ସଦସ୍ୟ ଜଗନ୍ନାଥ ସାହୁ, ଅଶୋକ ସାହୁ, ସୁଦାମ ସାହୁ, ପ୍ରସନ୍ନ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଶୋକ ପ୍ରକଟ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!