କାଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0

ଅତାବିରା ,15/2(ସଂସ୍କୃତି ମିଡ଼ିଆ )- ବରଗଡ ଜିଲ୍ଲା ଅତାବିରା ଏନଏସି ଅଧିନ କାଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତାବିରା ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ତ୍ତିକ ବାଗ, ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ରବିନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ସାହୁ, କମଳାକାନ୍ତ ପଣ୍ଡା, ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ଲୋଚନ ସାହୁ ,ଗ୍ରାମ୍ୟ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପଠନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମଂଜରୀ ଦେହୁରୀ। ମଂଚ ପରିଚାଳନା କରିଥିଲେ ଶିକ୍ଷକ ମନୋଜ କୁମାର ଭୋଇ, ଶିକ୍ଷକ ବଳରାମ ସାହୁ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ଯା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ l ଉମାଶଙ୍କର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ ।

(ଅତାବିରା ରୁ ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ )


Leave a Reply

Your email address will not be published. Required fields are marked *

error: Content is protected !!