
ଅତାବିରା ,15/2(ସଂସ୍କୃତି ମିଡ଼ିଆ ) ବୁଧବାର ଦିନ ଅତାବିରା ବ୍ଲକ ପାହାଡଶ୍ରୀଗିଡା ଲାଲଡୋଳେଶ୍ୱର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମା ସରସ୍ବତୀ ଦେବୀଙ୍କ ପୂଜା ସହିତ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ସେଟ ସଭାପତିତ୍ୱ କରିଥିଲେ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତୀ ତପସ୍ୱିନୀ ମେହେର ଯୋଗ ଦେଇଥିଲେ, ମୁଖ୍ୟ ଅତିଥି ବରଗଡ଼ ଧନୁଯାତ୍ରା ର କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଶ୍ରୀଯୁକ୍ତ ହୃଷିକେଶ ଭୋଇ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ସାହୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାହାଡଶ୍ରୀଗିଡା ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଶ୍ରୀଯୁକ୍ତ ଜୟଦେବ ନାଏକ, ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭୋଳାନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l
ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ CRCC ଜୟଦେବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବ ରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ପ୍ରଧାନ, ରାଜକିଶୋର ବରିହା, ଦେବାନନ୍ଦ ସାହୁ, ପୁଷ୍ପାଞ୍ଜଳୀ ପଧାନ, ଗୀତାଞ୍ଜଳୀ ରାଏ, ଚାନ୍ଦିନୀ ମାଝୀ ସହଯୋଗ କରିଥିଲେ l
(ଅତାବିରା ରୁ ସୁରେନ୍ଦ୍ର କଠାରଙ୍କ ରିପୋର୍ଟ )