ଶ୍ରୀରାମ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

0

ଭଟଲି,୨୨।୨: ଭଟଲି ବ୍ଲକ ଭଡ଼ିଗାଁ ପଞ୍ଚାୟତ ଅନ୍ତର୍ଗତ ମୁରୁମକେଲ ଗ୍ରାମର ବହୁ ପ୍ରତିକ୍ଷିତ ନିର୍ମାଣଧିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମନ୍ଦିରର ରତ୍ନମୁଦ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳାମାନେ କଳସରେ ପବିତ୍ର ଜଳ ଧରି ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳି ସହ ସଂକିର୍ତ୍ତନ ଦଳମାନଙ୍କ ସହିତ ଗ୍ରାମ ପରିକ୍ରମା କରି ମନ୍ଦିର ସଂଲଗ୍ନ ଯଜ୍ଞ ମଣ୍ଡପକୁ ପହଞ୍ଚି କଳସ ସ୍ଥାପନା କରିଥିଲେ । ଯଜ୍ଞରେ କର୍ତ୍ତା ଭାବେ ଗୁଣନିଧି ସାହୁ ପତ୍ନୀ ସରସ୍ଵତୀ ସାହୁ ଏବଂ ଗଙ୍ଗାଧର ବିଶ୍ୱାଳ ପତ୍ନୀ ବୈଦେହୀ ବିଶ୍ଵାଳ କାର୍ଯ୍ୟ ନିର୍ବାହ କରିଥିଲେ । ପଣ୍ଡିତ ଅମରେଶ ଚନ୍ଦ୍ର ପଣ୍ଡା, ସିଦ୍ଧେଶ୍ଵର ପାଣିଗ୍ରାହୀ ଏବଂ ଅଶୋକ ଶତପଥୀ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ରତ୍ନମୁଦ ଉତ୍ସବରେ ମନ୍ଦିର ନିର୍ମାଣ କମିଟୀର ସଭାପତି କୃଷ୍ଣ ବୁଡେକ, ସମ୍ପାଦକ ଆଶୁତୋଷ ଅଦାବର, ଉପ ସଭାପତି ନୃପରାଜ ବିଶ୍ଵାଳ, ସହ ସମ୍ପାଦକ ନିଲାଞ୍ଚଳ ଭୁଏଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ କାଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏହି ଉତ୍ସବରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ସ୍ୱେଚ୍ଛାସେବୀ ସୁବ୍ରତ ସିଂ, ଜିଲ୍ଲା ପରିଷଦ ସଭ୍ୟା ଭାରତୀ ଭୁଏ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ଗୋବିନ୍ଦ ପ୍ରଧାନ, ଭଡିଗାଁ ସରପଞ୍ଚ ହେମନ୍ତ ମହାପାତ୍ର, ସମିତି ସଭ୍ୟା ମିଲିରାଣୀ ଭୁଏ, ସମାଜସେବୀ ନିହାର କାନ୍ତ ଦାଶ, ରାଜ୍ୟ ବିଜେପି ସମ୍ପାଦକ ଇରାସିସ ଆଚାର୍ଯ୍ୟ, ଜିଲ୍ଲା ବିଜେପି ଉପ ସଭାପତି ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସନ୍ଧ୍ୟା ସମୟରେ ଉଲବା ଏବଂ ଭଡିଗାଁ ର ମହିଳା ସଂକୀର୍ତ୍ତନ ଦଳ ଭକ୍ତି ରସାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଳମ୍ବିତ ରାତିରେ କାଏଁଶିର ର ନାଟକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!