ମାତୃପୁରୀ ରେ ଶ୍ରୀମାଙ୍କ ଜନ୍ମ ଜୟନ୍ତୀ

0

ସରଣ୍ଡା,22/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ମାତୃପୁରୀ ଠାରେ ମଧୁମୟୀ ଶ୍ରୀମା ଙ୍କ ୧୪୬ ତମ ଜନ୍ମଜୟନ୍ତୀ ବୁଧବାର ପାଳିତ ହୋଇ ଯାଇଅଛି। ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦ୍ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ସୁଶ୍ରୀ ପ୍ରଧାନ, ଶ୍ରୀମତୀ ଜୟଶ୍ରୀ ପ୍ରଧାନ, ଶ୍ରୀ ଶେଷଦେବ ନାଏକ ,ଶ୍ରୀ ସରୋଜ କୁମାର ରଥ,ଶ୍ରୀ ଯତୀନ୍ଦ୍ର ପ୍ରଧାନ,ଶ୍ରୀ ବବୃବାହାନ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ଏହି ଅବସରରେ ବିଦ୍ୟାଳୟ ର ୨୦୧୩-୧୪ ମାଟ୍ରିକ ବ୍ୟାଚ ର ଅଗ୍ରଦୁତ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀ ବବୃବାହାନ ମିଶ୍ର ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସଙ୍ଗଠନ,ଅତାବିରା ର ଶ୍ରୀମତୀ ଶୁସ୍ମିତା ମିଶ୍ର,ଶ୍ରୀମତୀ ଆମ୍ବୁଜିନୀ ପ୍ରଧାନ ଆବାହନୀ ସଙ୍ଗୀତ ଗାନ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଭାଇଅପା ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।ଏହି ଅବସରରେ ମାତୃପୁରୀ ର ନୂତନ ବୈଦ୍ୟୁତିକ ନାମଫଳକ କୋଷାଧ୍ୟକ୍ଷ ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା।।ଶେଷରେ ସଂଯୋଜକ ଶ୍ରୀ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!