କତାବଗା ସମଲେଇ ମନ୍ଦିରର ସୁନା ଅଳଙ୍କାର ଚୋରି ଘଟଣାରେ ଜଣକୁ ଅଟକ ରଖିଲା ପୋଲିସ

ଅତାବିରା,22/2(ସଂସ୍କୃତି ମିଡ଼ିଆ )- ବରଗଡ ଜିଲ୍ଲା ଅତାବିରା ଥାନା ଅଧିନ କତାବଗା ସମଲେଇ ମନ୍ଦିରରୁ ମାଁ ସମଲେଇଙ୍କ ସୁନା ଅଳଙ୍କାର ଚୋରି ଘଟଣାରେ ଜଣେ ବ୍ଯକ୍ତିକୁ ଗୁରୁବାର ଅପରାହ୍ନ ୨ଟାରେ ଅତାବିରା ଥାନାରେ ଅଟକ ରଖିଛି ଅତାବିରା ପୋଲିସ । ସୂଚନା ଅନୁସାରେ ଗତ ଫେବୃଆରୀ ୧୯ତାରିଖ ମଧ୍ଯରାତ୍ରିରେ ଅତାବିରା ଥାନା ଅଧିନ କତାବଗାରେ ନବ ନିର୍ମିତ ସମଲେଇ ମନ୍ଦିରରୁ ମାଁ ସମଲେଇଙ୍କ ସୁନା ଅଳଙ୍କାର ସହ ଆହୁରି ଅନେକ ସାମଗ୍ରୀ ଚୋରି ହୋଇଥିଲା l ଏ ନେଇ ଗ୍ରାମବାସୀ ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତାର ତଦନ୍ତ ଜାରିରଖି ଥିଲା ଓ ଆଜି ଅପରାହ୍ନ ୨ଟାରେ ବରଗଡ ଏସଡିପିଓ ଧିରଜ ଚୋପଦାର ଓ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ତାଙ୍କ ଟିମ ସହ ଅନୁସଦ୍ଧାନି କୁକୁର ସାହାଯ୍ୟରେ କତାବଗା ଗାଁର ସୁଦାମ ମେହେର ନାମକ ଜଣେ ବ୍ଯକ୍ତିକୁ ଧରି ଅତାବିରା ଥାନାରେ ଅଟକ ରଖିଥିବା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।