ଟାଇଁସର୍ ପଞ୍ଚାୟତରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପ୍ରରୀକ୍ଷଣ ଶିବିର

0

ସମ୍ବଲପୁର:ତା.୨୫/୦୨ (ସଂସ୍କୃତି ମିଡିଆ)-ସମନ୍ବିତ ୱାଡି ପ୍ରକଳ୍ପ,କୁଚିଣ୍ଡା ପକ୍ଷରୁ ଆଜି ରବିବାର ଟାଇଁସର ପଞ୍ଚାୟତର କୁଦୋପଡା ଓ ଠିଆବେର୍ଣ୍ଣାଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପରୀକ୍ଷଣ ଶବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ୨ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରାଯିବା ସହିତ ଏକ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପିଡିତ ରୋଗୀମାନଙ୍କୁ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ଦିଆଯାଇଥିଲା। ବରିଷ୍ଠ ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ଉଭୟ ଶିବିରରେ ତାଲିମ ପ୍ରଦାନ କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ଭରତ ଚନ୍ଦ୍ର ପ୍ରଧାନ, ଭିଏଲଡବ୍ଲୁ ନକୁଳ କିଶାନ ଓ ହିସାବ ନିରୀକ୍ଷକ ଲୁକେଶ୍ୱର କଉଡି ପରିଚାଳନା କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!