ବୀଣାପାଣି କ୍ରିକେଟ୍ କପ୍ : ଗୋଡଭଗା ବିଜୟୀ

ସରଣ୍ଡା,25/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଅନ୍ତର୍ଗତ ନିଲେଇପାଲି ଗ୍ରାମର ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ବୀଣାପାଣି ଖେଳ ପଡ଼ିଆରେ ବୀଣାପାଣି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ସୋଢାପାଲିକୁ ହରାଇ ଗୋଡ଼ଭଗା ଦଳ ଚମ୍ପିୟାନ ହୋଇଛି l ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ ଯଥା କର୍ଡୋଲା, ସୋଡାପାଲି, ଗୋଲକନଗର, ଯୋଗିପାଲି, ଗୋଡଭଗା, ଗୋଶାଳା,ରେଙ୍ଗାଲିପାଳି, ଘନାପାଳି। ଫାଇନାଲ ମ୍ୟାଚ ଗୋଡଭଗା ଓ ସୋଡାପାଲି ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଏଥିରେ ଗୋଡଭଗା ଦଳ ୭ ରନରେ ବିଜୟୀ ହେଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଲହଣ୍ଡା ସରପଞ୍ଚ ଅର୍ଜୁନ ନାୟକ, ଶିଳ୍ପୁ ଅଗ୍ରୱାଲ, ସଂଘ ସଭାପତି ଲୋକେଶ୍ୱର୍ ପ୍ରଧାନ, ସଂପାଦକ ଋଷଭ ଭୋଇ, ଟଙ୍କଧର ଭୋଇ, ହିମାଂଶୁ ମିଶ୍ର, ପୁରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ। ବିଜୟୀ ଦଳ କୁ ନଗଦ ସାତ ହଜାର ଟଙ୍କା ଓ ଟ୍ରଫି ଓ ଉପବିଜେତା ଦଳକୁ ଚାରି ହଜାର ଟଙ୍କା ଓ ଟ୍ରଫି ରେ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ଶେଷ୍ଟ ଖେଳାଳି ଗୋଡଭଗା ର କିଶନ ଭୁଏ ଙ୍କୁ ପୁରସ୍କୃତ ହୁଇଥିଲେ। ଖେଳକୁ ପ୍ରମୋଦ ସାହୁ, କୁମୁଦ ସାହୁ, ଉଦ୍ଧବ ଭୋଇ, ପୁରଞ୍ଜନ୍ ପ୍ରଧାନ ପରିଚାଳନା କରିଥିଲେ। ଏଥିରେ ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।