ଭାଜପାରେ ଯୋଗ ଦେଇ ଅତାବିରା ଫେରିବା ପାରେ ନିହାରଙ୍କୁ ବିପୁଳ ସ୍ୱାଗତ // ଗୋଡଭଗାରୁ ସୁକୁଟାପାଲି ଛକ ପର୍ଯ୍ୟନ୍ତ ବିଜେପିର ବିରାଟ ମୋଟରସାଇକେଲ ରାଲି, ଶାସକ ଶିବିର ଛାନିଆ

0

ସରଣ୍ଡା,26/2(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ରବିବାର ଭୁବନେଶ୍ୱର ରେ ଭାଜପାରେ ଯୋଗ ଦେଇ ସୋମବାର ଅତାବିରା ପହଁଚିଲା ପାରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି l ତାଙ୍କ ସମର୍ଥକ ଏବଂ ଭାଜପା କର୍ମୀମାନେ ସୋମବାର ମଧ୍ଯାହ୍ନ ୧୨ଟାରେ ଅତାବିରାର ପୂର୍ବତନ ବିଧାୟକ ନିହାରରଞ୍ଜନ ମହାନନ୍ଦଙ୍କ ନେତୃତ୍ବରେ ଗୋଡଭଗା ଛକରୁ ସୁକୁଟାପାଲି ଛକ ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ବାଇକ ରାଲିରେ ପ୍ରାୟ ୫ ଶହରୁ ଅଧିକ ଜଣ ବିଜେପି କର୍ମୀ ସାମିଲ ଥିଲେ। ବାଇକ ରାଲି ଗୋଡଭଗାରୁ ବାହାରି ଅତାବିରା ଦୁର୍ଗା ମନ୍ଦିରକୁ ପହଞ୍ଚିଥିଲା।

କଂଗ୍ରେସ ଛାଡି ପଦ୍ମ ଧରିଥିବା ଅତାବିରା ପୂର୍ବତନ ବିଧାୟକ ନିହାରରଞ୍ଜନ ମହାନନ୍ଦ ଦୁର୍ଗା ମନ୍ଦିରକୁ ଯାଇ ମାଁ ଦୁର୍ଗାଙ୍କୁ ପୂଜାର୍ଚ୍ଚନାକରି ମାଁଙ୍କ ସାନିଧ୍ୟ ଲାଭ କରିଥିଲେ। ପରେ ବିଜେପି କର୍ମୀମାନେ ଫୁଲମାଳ ଦେଇ ସ୍ବାଗତ ଜଣାଇଥିଲେ। ଏହି ବାଇକ ରାଲି ସୁକୁଟାପାଲି ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ବାଇକ ରାଲିରେ ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ, ଦଶରଥ ଭୋଇ, ଅଶ୍ବିନୀ ତ୍ରିପାଠୀ, ପପୁନ ପଧାନ, ଜିତୁ ଭୋଇ, ପ୍ରମୋଦ ରଥ ,ସୌମ୍ୟକାନ୍ତ ଦାସ ,ନୀଲମାଧବ ମହାନନ୍ଦ,ସୁରେନ୍ଦ୍ର ପ୍ରଧାନ,ବିଦ୍ୟାଧର ପ୍ରଧାନ,ଶ୍ରବଣ ପରିଛା, ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ, ରାଜ ଅଗ୍ରଓ୍ୱାଲ,କୌଶିକ ମହାକୁର, ପହଲାଦ ଉର୍ମା ପ୍ରମୁଖ ଯୋଗଦେଇଥିଲେ।


ବରଗଡ଼ ଜିଲ୍ଲାର ଟାଣୁଆ ନେତା ପୂର୍ବତନ ଅତାବିରା ବିଧାୟକ ତଥା ନିକଟରେ କଂଗ୍ରେସ ଛାଡିଥିବା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ 2009ରେ ପ୍ରଥମ କରି ରାଜନୀତି କୁ ପ୍ରବେଶ କରି କଂଗ୍ରେସ ରେ ଯୋଗ ଦେଇ ନବ ଗଠିତ ଅତାବିରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l 2014 ଓ 2019 ରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ ବି ଜିତି ପାରି ନ ଥିଲେ l ହେଲେ ସବୁ ସମୟରେ ଲୋକଙ୍କ ସହ ଯୋଡି ହୋଇ ଦୁଃଖ ସୁଖରେ ଠିଆ ହେଉଥିଲେ l ଏବେ 2024 ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ଭାଜପା ସହ ହାତ ମିଳାଇ ପଦ୍ମ ଧରିଥିବାରୁ ଦଳର ସାଧାରଣ କର୍ମୀ ଉତ୍ସାହିତ ହୋଇଥିବା ଆଜିର ସ୍ୱାଗତ ସମ୍ବର୍ଦ୍ଧନା ରୁ ବେଶ ବାରି ହୋଇ ପଡୁଛି l ତେବେ ଭାଜପା ଦଳରେ ବିଗତ ଦିନରୁ ଆଶାୟୀ ଥିବା ନେତା ଗଣ କିଭଳି ପଦକ୍ଷେପ ଗ୍ରହଣ କରିବେ ନିହାରଙ୍କୁ ଟିକଟ ଦେଲେ ତାହାକୁ ନେଇ ଫଳାଫଳ ନିର୍ଣ୍ଣୟ କରୁଛି l କିନ୍ତୁ ନିହାର ପଦ୍ମ ପୋଖରୀରେ ବୁଡ଼ ପକାଇଲା ପରେ ଏବଂ ଆଜିର ସ୍ୱାଗତ ବାଇକ ରାଲି ଦେଖି ଶାସକ ଶିବିରରେ ଛନକା ପଶିଛି l ଯାହାକି ଗାଁ ଠାରୁ ସହର ସବୁଠି ଚର୍ଚ୍ଚା ଜୋର ଧରିଛି l ଅତାବିରା ନିର୍ବାଚନ ମଣ୍ଡଳୀ ଲୋକେ ବହୁ ଦିନରୁ ପରିବର୍ତ୍ତନ ଚେହେରା ଖୋଜୁଥିଲେ l ଆଗରୁ ଯାହା ଆଶଙ୍କା କରାଯାଉଥିଲା ନିହାର ଭାଜପାରେ ମିଶ୍ରଣ ପରେ ସମୀକରଣ ବଦଳି ଯାଇଛି l ତେବେ ଭାଜପା ନିହାରଙ୍କୁ ଦଳୀୟ ଟିକେଟ ଦେବେ ନା ନାହିଁ ସେ ନେଇ ସଠିକ ଖବର ଆସି ନାହିଁ l ହେଲେ ନିହାର ଟିକଟ ପାଇଲେ ନିର୍ବାଚନ ଲଢେଇରେ ବେଶ ଗୁରୁତ୍ୱପୂର୍ଣ ରହିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ l


Leave a Reply

Your email address will not be published. Required fields are marked *

error: Content is protected !!