ଚକୁଳିଫାର୍ମ ରେଲୱେ ଅଣ୍ଡରପାସ ପାଇଁ ବିଜୁଆଲ ମୋଡ଼ରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସରଣ୍ଡା,-୨୬/୨ (ଯୁଧିଷ୍ଠିର ମହାପାତ୍ର )-ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଗୋଡଭଗା ପଞ୍ଚାୟତ ଅନ୍ତର୍ଗତ ଚକୁଳିଫାର୍ମ ଦେଇ ଯାଇଥିବା ପୂର୍ବତଟ ରେଳପଥରେ ରେଲୱେ ଅଣ୍ଡରପାସ ନିର୍ମାଣ କରିବା ପାଇଁ ଭିଜୁଏଲ ମୋଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ସମ୍ବଲପୁର ରେଲୱେ ବିଭାଗର ସିନିୟର ଡିଭିଜନାଲ ଇଂଜିନିୟର ସେଣ୍ଟ୍ରାଲ ଏମ ଶ୍ରୀନିବାସ ରାଓଙ୍କ ସଭାପତିତ୍ୱରେ ଏକ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଡ଼ଭଗା ସରପଞ୍ଚ ମଞ୍ଜୁଲତା ସେଟ, ଅତିରିକ୍ତ ଡିଭିଜନାଲ ଇଂଜିନିୟର ସେଣ୍ଟ୍ରାଲ ଏମ. କେ ଓଝା ଓ କୋଶଳ ସ୍କୁଲର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅରୁଣ ସିହ୍ନା ମଞ୍ଚ ସଂଯୋଜନା କରିଥିଲେ । ଚକୁଳିଫାର୍ମ ଫାଟକ ନିକଟରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏହି ଅଣ୍ଡର ପାସ ନିର୍ମାଣ ହେବ l ନିକଟରେ ଥିବା କୋଶଳ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ପୂର୍ବରୁ ହୋଇଥିବା 2047 ବିକଶିତ ଭାରତର ବିକଶିତ ରେଲୱେ ଉପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଜୁନିୟର ବିଭାଗର ଚିତ୍ରାଙ୍କନ ରେ ଜୟା ପଟେଲ, ମୁସ୍କାନ ମେହେର, ପ୍ରିୟଙ୍କା ପଣ୍ଡା, ବକୃତାରେ ସଚିନ ଶର୍ମା, ଅନିକେତ ଦାଶ, ଶ୍ୟାମ ସରୋଜ ପ୍ରଧାନ, ପ୍ରବନ୍ଧରେ ଅନୁଶା ଦାଶ, ପ୍ରଚୁର୍ଯ୍ୟ ପ୍ରଧାନ, ଓ଼ମକ୍ରିଷ୍ଣା ବାଗ ଓ ସୋହନ ବେହେରା, ସେହିପରି ସିନିୟର ବିଭାଗ ଚିତ୍ରାଙ୍କନ ରେ ଆୟୁଷ ମହାକୁର, ସୋମ୍ୟରଞ୍ଜନ ବିଶି, ଆଦର୍ଶ ପ୍ରଧାନ, ଟ୍ୱିଙ୍କିଲ ବିଶ୍ୱାଳ, ବକୃତା ରେ ରୁଦ୍ର ପ୍ରସାଦ ପ୍ରଧାନ, ଏସ. ଶ୍ରୀନିବାସ ରେଡ୍ଡୀ, ପିୟୁଷ ମେହେର, ଏବଂ ପ୍ରବନ୍ଧରେ ଶ୍ରୀ ଶୌର୍ଯ୍ୟ ଗାର୍ଗୀ ପଣ୍ଡା, ଅନୁଷ୍କା ଘୋଷାଲ, ଦିବ୍ୟାଂଶୁ ମହାପାତ୍ର ଓ ଅଞ୍ଜନା ବାରିକଙ୍କୁ ମାନପତ୍ର ଓ ଉପଢୌକାନ ଦେଇ ପୁରସ୍କୃତ କରାଯାଇଥିଲା । ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ରେଲୱେ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅଣ୍ଡର ପାସ ହେବା ଦ୍ବାରା ସଡ଼କ ଏବଂ ରେଳ ଯାତାୟାତରେ ଅବାଧ ଗମନାଗମନ ସହ ଅଞ୍ଚଳର ଜନସାଧାରଣ ଙ୍କ ସମେତ ଛତ୍ରୀଛାତ୍ର ଓ ଅଭିଭାବକ ବିଶେଷ କରି ରେଳପଥର ଉଭୟ ଦିଗକୁ ଯିବା ଆସିବାର ସୁରକ୍ଷିତ ଓ ସୁଗମ ବ୍ୟବସ୍ଥା ଏବଂ ଯାତ୍ରାକାଳୀନ ସମୟରେ ହ୍ରାସ ହୋଇପାରିବ ଆଦି ଉପକୃତ ହେବେ l
ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 41 ହଜାର କୋଟି ବ୍ୟୟରେ ସାରା ଦେଶରେ 554 ଟି ରେଳ ଷ୍ଟେସନର ପୁନର୍ବିକାଶ ଏବଂ 1500 ରୋଡ଼ ଓଭର ବ୍ରିଜ / ଅଣ୍ଡରପାସ୍ ର ଶିଳାନ୍ୟାସ / ଉଦଘାଟନ / ରାଷ୍ଟ୍ର ପ୍ରତି ସମର୍ପଣ ଭିଡିଓ କନ୍ ଫରେନ୍ସିଙ୍ଗ ମାଧ୍ୟମରେ କରିଥିଲେ l