ଅତାବିରା ନିର୍ବାଚନ ମଣ୍ଡଳୀ ର ନେତୃବୃନ୍ଦ ଙ୍କ ସହିତ ବିଜେପି ରାଜ୍ୟ ସଭାପତି ଙ୍କ ସାକ୍ଷାତ ଆଲୋଚନା

0

ସରଣ୍ଡା,27/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀର ବିଜେପି ବରିଷ୍ଠ ନେତୃବୃନ୍ଦ, ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ମାନସ ମହାନ୍ତି ଙ୍କୁ ସାକ୍ଷାତ କରି ଅତାବିରା ନିର୍ବାଚନ ମଣ୍ଡଳୀ ର ସାଂପ୍ରତିକ ରାଜନୈତିକ ପରିସ୍ଥିତି ତଥା ଅତାବିରା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସାଙ୍ଗଠନିକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ରୂପେ ଆଲୋଚନା କରିଥଲେ । ସମସ୍ତେ ଏକ ହୋଇ ଦଳୀୟ କାର୍ଯ୍ୟକ୍ରମ ଆଗକୁ ନେବା ସହିତ ଆଗାମୀ 2024 ସାଧାରଣ ନିର୍ବାଚନ ରେ ବିଜେପି କୁ ବିଜୟୀ କରାଇବା ପାଇଁ କଠିନ ପରିଶ୍ରମ କରିବା ସକାଶେ ପ୍ରତିନିଧି ମଣ୍ଡଳୀ କୁ ରାଜ୍ୟ ସଭାପତି ପରାମର୍ଶ ଦେଇଥିଲେ । ପ୍ରତିନିଧି ମଣ୍ଡଳୀ ଏହି ଅବସରରେ ରାଜ୍ୟ ସ୍ତରୀୟ ପ୍ରମୁଖ ପଦାଧିକାରୀ ମାନଙ୍କୁ ମଧ୍ୟ ସାକ୍ଷାତ କରିଥଲେ। ଏହି ପ୍ରତିନିଧି ମଣ୍ଡଳୀ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ବରିଷ୍ଠ ନେତା ଉର୍କୁଲୁ ତାଣ୍ଡି,ରଞ୍ଜନ ସେଠ, ବିପିନ ଭୋଷାଗର ପ୍ରମୁଖ ଯୋଗ ଦେଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ, ଗତ ରବିବାର ଦିନ ପୂର୍ବତନ କଂଗ୍ରେସ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ରାଜ୍ୟ ନେତୃବୃନ୍ଦ ଙ୍କ ଠାରେ ଭାଜପାରେ ସାମିଲ ହେବା ପରେ ଅତାବିରା ରେ ସୋମବାର ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ସହ ବାଇକ ରାଲି କରାଯାଇଥିଲା l ଅନ୍ୟ ପଟେ ଅତାବିରାର ପୁରୁଣା ନେତା ତଥା ଆଶାୟୀ ପ୍ରାର୍ଥୀ ରାଜ୍ୟ ନେତୃବୃନ୍ଦଙ୍କ ସହ ସାକ୍ଷାତ କରିବା ଘଟଣାକୁ ନେଇ ଅଞ୍ଚଳରେ ନାନା ଆଲୋଚନା ଚାଲିଛି l


Leave a Reply

Your email address will not be published. Required fields are marked *

error: Content is protected !!