କୁଲିତା ଟିକ୍ରାରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର 

0

ଅତାବିରା,4/3 (ସଂସ୍କୃତି ମିଡ଼ିଆ )ଡ଼ି.ମୁରଲି କ୍ରିଷ୍ଣା ଫାଉଣ୍ଡେସନ୍ ବରଗଡ଼, କୁଲିତା ଟିକ୍ରା, ମାର୍କେଟିଂ ଗ୍ରୁପ୍ ଏବଂ ନେହେରୁ ଯୁବକ ସଂଘ ର ମିଳିତ ସହଯୋଗରେ କୁଲିତା ଟୁକୁରା ଗ୍ରାମ୍ୟ ଖଳା ଠାରେ ସକାଳ ୯ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଏକ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁଶିବିର ଅନୁଷ୍ଠିତ ହୋଇ ଥିଲା । ଏହି ଶିବିରକୁ ଫାଉଣ୍ଡେସନର ଚ୍ୟାରମ୍ୟାନ ଡ଼ି. ମୂରଲୀ କ୍ରିଷ୍ଣା ଉଦ୍ଘାଟନ କରି ଥିଲେ । ଏହି ଶିବିରରେ ଶିଶୁ ରୋଗ ସର୍ଜରୀ ଡ଼ା. ପ୍ରଣୟ ପାଣିଗ୍ରାହୀ, ମେଡ଼ିସିନ ଡ଼ା. ତପନ ସିଂ, ଅସ୍ତସଲ୍ୟ ଡ଼ା. ଅଶୋକ ପାଲ୍ ଓ ଦନ୍ତ ରୋଗ ଡ଼ା. ମୀରା ଦାଶ, ଉପସ୍ଥିତ ରହି ମୋଟ ୪୭୫ ଜଣ ରୋଗୀଙ୍କୁ ଚିକିତ୍ସା କଲେ । ମୂରଲୀ କ୍ରିଷ୍ଣା ଫାଉଣ୍ଡେସନ ତରଫରୁ ମାଗଣା ଔଷଧ ବିତରଣ କରାଯାଇ ଥିଲା ମାର୍କେଟିଂ ଗ୍ରୁପ୍ ଓ ନେହେରୁ ଯୁବସଂଘର ସ୍ବେଛାସେବୀମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!