ସ୍କିଲିଂ ଇଣ୍ଡିଆ ଅଭିଯାନ

0

ସରଣ୍ଡା,4/3(ସଂସ୍କୃତି ମିଡ଼ିଆ )- ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍‌ ପ୍ରାୟୋଜିତ, ଭାରତ ସରକାରଙ୍କ “ ସ୍କିଲିଂ ଇଣ୍ଡିଆ ଅଭିଯାନ” ଅନ୍ତର୍ଗତ ଭ୍ରାମ୍ୟମାଣ ସ୍କିଲିଂ ଇଣ୍ଡିଆ ବସ୍ ମାଧ୍ୟମରେ ଆଜି ତା.୦୪.୦୩.୨୦୨୪ ରିଖରେ ରୂପାପାଲି ଗ୍ରାମରେ ୧୪ ଜଣ ଶିକ୍ଷାର୍ଥୀଙ୍କୁ କମ୍ପ୍ୟୁଟର ଓ ୟୁପିଆଇ ସମ୍ବନ୍ଧୀୟ ସାଧାରଣ ଶିକ୍ଷା ପ୍ରଦାନ କରାହେଲା। ଗତ ଫେବୃୟାରୀ ମାସରୁ ଏପର୍ଯ୍ୟନ୍ତ ମୋଟ୍ ୧୫ଟି ଗ୍ରାମର ପ୍ରାୟ ୩୦୦ ଜଣ ଲାଭାର୍ଥୀ ଏହି ଅଭିଯାନରେ ସାମିଲ ହୋଇପାରିଛନ୍ତି, ଯାହା ସେମାନଙ୍କର ସାମ୍ପ୍ରତିକ ଜୀବନଯାତ୍ରାକୁ ସୁଗମ କରିବା ସହ ପ୍ରତ୍ୟେକ କ୍ଷେତ୍ରରେ ସହାୟକ ହେବ । ଅଧିକରୁ ଅଧିକ ସଂଖ୍ୟାରେ ଶିକ୍ଷାର୍ଥୀ କେମିତି ଏହି ଅଭିଯାନରେ ସାମିଲ ହୋଇ ଏହାର ଲାଭ ପାଇବେ, ସେ ଦିଗରେ ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ସର୍ବଦା ତତ୍ପରତାର ସହିତ କାର୍ଯ୍ୟ କରୁଥିବା ଡ଼ି. ମୁରଲୀ କ୍ରିଷ୍ଣା ପ୍ରକାଶ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!