ସର୍ଦାର ଦୟାଲ ସିଂହଙ୍କ ଶହୀଦ ଦିବସ ପାଳିତ

ବରଗଡ଼,.୪/୩(ସଂସ୍କୃତି ମିଡ଼ିଆ )-ଗତ ରବିବାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ୍ର ଖରସଲ୍ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ଜମିଦାର ସର୍ଦ୍ଦାର ଦୟାଲ ସିଂହଙ୍କ ଶହୀଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ସମାରୋହରେ କ୍ରୀଷ୍ଣା ବିକାଶ ଗ୍ରୁପ୍ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ମୁଖ୍ୟ ଅତିଥ୍ ଭାବରେ ଯୋଗଦାନ କରି ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ଖରସଲ ଗ୍ରାମକୁ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମୂରଲୀ କ୍ରୀଷ୍ଣା ତାଙ୍କ ବକ୍ତବ୍ୟରେ ଶହୀଦ ଦୟାଲ ସିଂହଙ୍କ ସଂଗ୍ରାମୀ ଜୀବନର ରୋମନ୍ଥନ କରିବା ଅବସରରେ ଏହି ପବିତ୍ର ଖର୍ସଲ୍ ମାଟିକୁ ସ୍ପର୍ଶ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ । ଏହି ସମାରୋହରେ ଅନେକ ଶିକ୍ଷିତ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।