ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ

0

ସମ୍ବଲପୁର:ତା.୦୬/୦୩ (ସଂସ୍କୃତି ମିଡିଆ)-ଆନୁଷ୍ଠାନିକ ଭାବେ ଆଜି ସନ୍ଧ୍ୟା ୭ଟାରେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଝାରୀ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବ ଉଦଘାଟନ କରି କହିଥିଲେ l

ପ୍ରଥମଥର ପାଇଁ ନିଜ ସମ୍ବଲପୁରୀ ଭାଷାରେ ଐତିହ୍ୟ ସଂପର୍ଣ୍ଣ ପୌରାଣିକ ଧନୁଯାତ୍ରା ଉତ୍ସବ ଏକ ମହାନ ପରମ୍ପରାର ସ୍ମାରକୀ ହୋଇ ରହିବ। ନିଜେ ଏହାର ପ୍ରଚାର ଓ ପ୍ରସାର ପାଇଁ ଆଗାମୀ ବର୍ଷରୁ ସକ୍ରିୟତାର ସହିତ ଅଂଶ ଗ୍ରହଣ କରିବେ ବୋଲି ନିଜର ସ୍ୱୀକାରୋକ୍ତି ପ୍ରକାଶ କରି ସମ୍ବଲପୁରୀ ଧନୁଯାତ୍ରା କମିଟିକୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ କମିଟି ସଭାପତି ସଞ୍ଜୟ ବାବୁ ଧନୁଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ କହି ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଆରମ୍ଭ ହୋଇଥିବା ଧନୁଯାତ୍ରା ସମ୍ବଲପୁର ସହରରେ ଏକ ନୂଆ ଇତିହାସ ରଚିଥିବା କହିଥିଲେ। ସଂପାଦକ ଗୁଣରଞ୍ଜନ ସାଲିମା ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ଅତିଥି ଓ କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ ମହାରାଜ କଂସଙ୍କ ରାଜିଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରଙ୍ଗସଭାରେ ସମ୍ବଲପୁରୀ ନୃତ୍ୟ ଗୀତର ଆସର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।


Leave a Reply

Your email address will not be published. Required fields are marked *

error: Content is protected !!