ରେଳରୋକ୍ କୁ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

0

ସରଣ୍ଡା,୧୦/୩(ସଂସ୍କୃତି ମିଡ଼ିଆ )-ଦେଶବ୍ୟାପି ଭାରତୀୟ ସଂଯୁକ୍ତ କିସାନ ମୋର୍ଚ୍ଚା ର ୧୨ଦଫା ଦାବୀ କୁ ନେଇ ରେଳ ରୋକ୍ ଆନ୍ଦୋଳନ କୁ ସମର୍ଥନ ଜଣାଇ ଅପରାହ୍ନ ୧୨ଟା ରୁ ସନ୍ଧ୍ୟା ୪ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ଉପଦେଷ୍ଟା ତଥା ବରିଷ୍ଟ ଚାଷୀନେତା ବୃଷଭାନୁ ସାହୁଙ୍କ ସଭାପତିତ୍ବ ରେ ଅତାବିରା ରେଲୱେ ଷ୍ଟେସନ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୂର୍ବରୁ ରେଲୱେ ଓ ସ୍ଥାନୀୟ ପ୍ରଶାସନ କୁ ଜଣାଇ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ଥିଲେ।ପୂର୍ବରୁ ପ୍ରଶାସନ ର ଅବଗତ ହୋଇଥିଲେ ହେଁ ଧାରଣା ସ୍ଥଳରେ ‘ଆପେ ବଞ୍ଚିଲେ ବାପର ନାଆଁ” ଭଳି ପୋଲିସ ଛାଉଣୀ ରହିଥିଲା ସତ ହେଲେ ଧାରଣାକାରୀ ମାନଙ୍କୁ ଷ୍ଟେସନ କୁ ପ୍ରବେଶ ନିଷିଦ୍ଧ କରି ସେମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ରହି ନଥିଲା।ଯଦ୍ୱାରା ଷ୍ଟେସନ ସମ୍ମୁଖରେ ପ୍ରଚଣ୍ଡ ରୌଦ୍ର ତାପରେ ଧାରଣା ରେ ବସି ସମ୍ପୁର୍ଣ୍ଣ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚାଷୀ ମାରଣ ନୀତି ଉଭୟ ସରକାରଙ୍କୁ ଚାଷୀ ଙ୍କ ଦରଦ ସାମିଲ ହେବାକୁ ପଡିବ ନଚେତ୍ ଆଗାମୀ ନିର୍ବାଚନ କଡା ଜବାବ ଦେବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି।ଯାହା କେନ୍ଦ୍ର ସରକାର ଘୋଷଣା କରିଥିବା ୨୩ ଗୋଟି ଫସଲ ର ଏମ.ଏସ.ପି କୁ ଆଇନ ରେ ପରିଣତ କରିବା,ଚାଷୀ ତଥା ଦିନ ମଜୁରିଆଙ୍କୁ ଅତି କମ୍ ରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପ୍ରଦାନ କରିବା,ଚାଷୀ ଙ୍କ ଋଣ ଛାଡ କରିବା,ଭାରତର କୃଷି ବିଶ୍ୱ ବ୍ୟାପାର ସଂଗଠନ ରୁ ବାହାର୍ କରିବା,ଭୂମି ଅଧିକରଣ ନିୟମ ୨୦୧୩କୁ ଲାଗୁ କରିବା,ଦିଲ୍ଲୀ ଆନ୍ଦୋଳନ ରେ ସହିଦ ହୋଇଥିବା ଚାଷୀଙ୍କୁ କ୍ଷତି ପୂରଣ ସଙ୍ଗେ ପରିବାର ର ଜଣ କୁ ନିଯୁକ୍ତି ପ୍ରଦାନ କରିବା,ମନରେଗା ଯୋଜନା ରେ ୨୦୦ଦିନ ପର୍ଯ୍ୟନ୍ତ କର୍ମ ନିଯୁକ୍ତି ପ୍ରଦାନ କରିବା,ସାର,କିଟନାଶକ, ବିହନ ଆଦି ଅଧି ନିୟମର ସଂଶୋ ଧନ କରିବା,ଫସଲ ର ଉଚିତ୍ ମୂଲ୍ୟ ପାଇବା ପାଇଁ ସ୍ଵାମୀନାଥନ୍ କମିଟିର ପ୍ରସ୍ତାବ କୁ ଲାଗୁ କରିବା,ନୂଆଁ ବିଜୁଳି ବିଲ୍ ୨୦୨୦ ଅଧିନିୟମ କୁ ରଦ୍ଦ କରିବା,ଲଖିମ ପୂର୍ ଖିରି ଅଞ୍ଚଳର ଚାଷୀ ହତ୍ୟାକାରୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଆଦିବାସୀ ଙ୍କୁ ଜଳ,ଜଙ୍ଗଲ ଜମି ର ବ୍ୟବହାର ପାଇଁ ତାଙ୍କର ହକ୍ ପ୍ରଦାନ କରିବାପାଇଁ ଲିଖିତ ଭାବେ ଅତାବିରା ଅତିରିକ୍ତ ତହସିଲଦାର ଅଙ୍କିତା ପଣ୍ଡାଙ୍କ ଜରିଆରେ ମାନ୍ୟ ବର ପ୍ରଧାନମନ୍ତ୍ରୀ ଭାରତ ସରକାର ଙ୍କୁ ରେଲୱେ ପୋଲିସ ଓ ଅତାବିରା ପୋଲିସ ଙ୍କ ଉପସ୍ଥିତି ରେ ଦାବୀପତ୍ର ପ୍ରଦାନ କରାଯାଇଥିଲା।ଧାରଣାରେ ସଂଗଠନ ର ସଂପାଦକ ଲୋକେଶ୍ୱର ପ୍ରଧାନ,ଭିକାରୀ ଚରଣ ବାରିକ, ବସନ୍ତ ବାରିକ,ଶ୍ରୀପତି ଭୋଇ ଙ୍କ ସମେତ ସଂଗଠନ ର ସଦସ୍ୟ ତଥା ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!