ସ୍କିଲିଂ ଇଣ୍ଡିଆ ଅଭିଯାନ

0

ବରଗଡ଼,12/3-(ସଂସ୍କୃତି ମିଡ଼ିଆ )-ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ପ୍ରାୟୋଜିତ, ଭାରତ ସରକାରଙ୍କ ସ୍କିଲିଂ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଭାମ୍ୟମାଣ ସ୍କିଲିଂ ଇଣ୍ଡିଆ ବସ୍ ମାଧ୍ୟମରେ ସୋମବାର ତା: ୧୧/୦୩/୨୦୨୪ ରିଖରେ ବରପାଲି ବ୍ଳକସ୍ଥିତ ବାଂଜିପାଲି ଗ୍ରାମରେ ଦ୍ଵିତୀୟ ଦିନରେ ୨୦ ଜଣ ଶିକ୍ଷାର୍ଥୀଙ୍କୁ କମ୍ପ୍ୟୁଟର ଓ ୟୁ.ପି.ଆଇ ସମ୍ବନ୍ଧୀୟ ସାଧାରଣ ଶିକ୍ଷା ପ୍ରଦାନ କରାହେଲା, ଯାହା କି’ ସେମାନଙ୍କର l ସାମ୍ପ୍ରତିକ ଜୀବନଯାତ୍ରାକୁ ସୁଗମ କରିବା ସହ ପ୍ରତ୍ୟେକ କ୍ଷେତ୍ରରେ ସହାୟକ ହେବ । ବାଂଜିପାଲିରେ ସର୍ବମୋଟ ୨ ଦିନରେ ୬ଟି ବ୍ୟାଚ୍ ରେ ସର୍ବାଧିକ ୪୧ ଜଣ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ l

ଆଗାମୀ ଦିନରେ ଅଧିକରୁ ଅଧ‌ିକ ସଂଖ୍ୟକ ଶିକ୍ଷାର୍ଥୀ କେମିତି ଏହି ଅଭିଯାନରେ ସାମିଲ୍ ହୋଇ ଏହାର ଲାଭ ପାଇବେ ସେ ଦିଗରେ ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ ସର୍ବଦା ତତ୍ପରତା ର ସହିତ କାମ କରୁଅଛି ଓ କରିବ ବୋଲି ଫାଉଣ୍ଡେସନର ମୁଖ୍ୟ ଡ଼ି. ମୁରଲୀ କ୍ରିଷ୍ଣା ପ୍ରକାଶ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!