ସରଣ୍ଡା ବିଶ୍ୱେଶ୍ୱର ପୀଠରେ ମହାଶିବରାତ୍ରି ଉଦଯାପିତ

ସରଣ୍ଡା,9/3(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବ ପୀଠ ବିଶ୍ୱେଶ୍ୱର ବାବାଙ୍କ ଶିବ ମନ୍ଦିରରେ ମହାଶିବରାତ୍ରି ଉଜାଗର ଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି l ଶନିବାର ପାହାନ୍ତିଆ 3ଟା 20 ମିନିଟ ସମୟରେ ମହାଦୀପ ମନ୍ଦିର ଶିଖକୁ ଚଢିବା ପରେ ମାନସିକ କରି ଜାଗର ଜାଳିଥିବା ଉଜାଗରଙ୍କ ମହାଶିବରାତ୍ରି ମେଳା ଉଦଯାପିତ ହୋଇଥିଲା l
ମହାଶିବରାତ୍ରି ଶୁକ୍ରବାର ଦିନ ମଧ୍ଯ ପାହାନ୍ତିଆ 3 ଟାରେ ସମୟରେ ବାବା ବିଶ୍ୱେଶ୍ୱରଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ସମସ୍ତ ନୀତିକାନ୍ତି କାର୍ଯ୍ୟ ପାଳି ପୂଜକ ମୁକ୍ତେଶ୍ଵର ମହାପାତ୍ର ଓ ନିମନ୍ତ୍ରିତ ପୂଜକ ଅବଧୂତ ମହାପାତ୍ର ସଂପୂର୍ଣ୍ଣ କରିଥିଲେ l ପରେ ଭକ୍ତଙ୍କୁ ବାବା ବିଶ୍ୱେଶ୍ୱରଙ୍କ ଦର୍ଶନ ନିମନ୍ତେ ଦ୍ୱାର ଖୋଳାଯାଥିଲା l ଦିନ 11ଟାରେ ବିଶ୍ୱେଶ୍ୱର ପୀଠରୁ ବାବା ଚନ୍ଦ୍ରଶେଖର ସରଣ୍ଡା ଗ୍ରାମ୍ୟ ପରିକ୍ରମାରେ ବାହାରିଥିଲେ l ଏକ ଭବ୍ୟ ଶୋଭାଯାତ୍ରାରେ ସୁସଜ୍ଜିତ ଏକ ଗାଡ଼ିରେ ବାବା ଚନ୍ଦ୍ରଶେଖରଙ୍କ ରଥ ଗ୍ରାମ୍ୟ ପରିକ୍ରମା କରିଥିଲେ l ଏହି ଶୋଭାଯାତ୍ରରେ ଘେଁସର ବୋଲବମ ଦୁଲଦୁଲି ଘଣ୍ଟାବାଦ୍ୟ, ବନାରସ ଅଜୟ କୁମାରଙ୍କ ର ଓଟୋ ଓ ଘୋଡା ଏବଂ ଗ୍ରାମର ମନ୍ଦିର ପୂଜକଙ୍କ ପକ୍ଷରୁ ଘଣ୍ଟ, ଶଙ୍ଖ ହୁଳହୁଳି ଧ୍ୱନୀ ଅଂଶ ଗ୍ରହଣ କରିଥିଲେ l ସରଣ୍ଡା ବସ୍ତି ଓ ମୁରେଲ ଟିକ୍ରା, ଗୌରପଡା ଆଦି ଅଂଚଳର ସମସ୍ତେ ନିଜ ନିଜ ଘର ସମ୍ମୁଖରେ ବାବା ଚନ୍ଦ୍ରଶେଖରଙ୍କୁ ପୂଜାପାଠ ଧୁପ ଆଳତି କରି ବନ୍ଦନା କରିବା ସହ ଦର୍ଶନ କରିଥିଲେ l ବର୍ଷକୁ ଥରେ ଶିବାରତ୍ରୀ ଦିନ ବାବା ମନ୍ଦିରରୁ ବାହାରି ଗ୍ରାମ୍ୟ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି l
ସନ୍ଧ୍ୟା 5 ଟା ସମୟରେ ଠାକୁରଙ୍କ ଜାଗର ପର୍ବ ପୂଜାବିଧୂ ଆରମ୍ଭ ହୋଇଥିଲା l ବାବା ଚନ୍ଦ୍ରଶେଖର ଗ୍ରାମ୍ୟ ପରିକ୍ରମା କରି ଫେରିବା ପରେ ସନ୍ଧ୍ୟା 6 ଟାରେ ଚାରି ପ୍ରହର ପୂଜା ଆରମ୍ଭ ହୋଇଥିଲା l ପ୍ରତି ପ୍ରହର ପୂଜାପାଠ ପରେ 108 ଆଳତି ଅର୍ପଣ କରାଯାଇଥିଲା l ଚାରିପ୍ରହର ପୂଜା ପରେ ହୋମ ପୂର୍ଣ୍ଣାହୁତି ପଡି ମହାଦୀପ ମନ୍ଦିର ଶିଖକୁ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଠିକ 3ଟା 20 ମିନିଟ ସମୟରେ ଉଜାଗର ମହା ଦୀପ ଚଢିଥିଲା ପରେ ଭକ୍ତମାନେ ମଧ୍ୟ ମହାଦୀପ ଚଢ଼ାଇଥିଲେ l ପୂଜା ପୁରୋହିତ ପଣ୍ଡିତ ରାକେଶ ମିଶ୍ର ପୌରହିତ୍ୟ କରିଥିବା ବେଳେ ପରିଚାଳନା କମିଟିର ସଭାପତି ସଚ୍ଚିଦାନନ୍ଦ ମିଶ୍ର ଏବଂ ତାଙ୍କ ପତ୍ନୀ ଅଂଶୁମାଳା ମିଶ୍ର କର୍ତ୍ତକର୍ତ୍ତୀ ଦାୟିତ୍ୱ ବହନ କରିଥିଲେ l
l ମଧ୍ୟାହ୍ନରେ ରେମଣ୍ଡାର ଶ୍ରୀମତ ଭାଗବତ ସଂକ୍ରାନ୍ତି ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା l ସନ୍ଧ୍ୟାରେ ଅତାବିରା ର ନାଟରାଜ କଳା ପରିଷଦ ପକ୍ଷରୁ ନୃତ୍ୟ ଗୀତ ଛାତ୍ରୀଛାତ୍ରମାନେ ପରିବେଷଣ କରିଥିଲେ l ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦନା ଦିଆଯାଇଥିଲା l ରାତ୍ରିରେ ରେ ଜମୁର୍ଡl କୃଷଗୁରୁ ଭଜନ ମଣ୍ଡଳୀ ଓ ଥୁଆପାଲି କୁଶନପୁରୀ ଗ୍ରାମର ମାଁ ଗ୍ରାମଦେବୀ କୃଷ୍ଣଗୁରୁ କଳା ପରିଷଦର ମହିଳା କୃଷ୍ଣଗୁରୁ ଦଳ ଭଜନ କୀର୍ତ୍ତନ ପରିବେଷଣ କରିବେ l ଅତାବିରା ଥାନା ଆଇଆଇସି ସୁକୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ବରଗଡ଼ ରୁ ଆସିଥିବା ଗୋଟିଏ ସେକ୍ସନ ଫୋର୍ସ ସହ ଥାନାର ଜଣେ ଏସ ଆଇ, 3ଜଣ ଏଏସଆଇ ଓ କର୍ମଚାରୀ କମିଟିର ସ୍ବେଛାସେବୀ ଙ୍କ ମିଶି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ଶିବରାତ୍ରି ପାଇଁ ଲକ୍ଷଆଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ହଜାର ହଜାର ମହିଳା ପୁରୁଷ ଭକ୍ତ ମାନସିକ କରି ସନ୍ଧ୍ୟାରୁ ଉଜାଗର ଜାଗର ଜାଳି ଦୀପ ଚଢ଼ାଇଥିଲେ l