ଅତାବିରାରେ ବି.ଏସ୍.କେ.ୱାଇ ନବୀନ କାର୍ଡ଼ ବିତରଣ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ସରଣ୍ଡା,12/3( ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ବ୍ଲକ ଅଫିସ ପରିସରରେ ସୋମବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ନବୀନ କାର୍ଡ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ଲକର 24 ଟି ପଞ୍ଚାୟତ ଅଞ୍ଚଳରୁ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ କାର୍ଡ ହୋଇଥିବା 3779 ଜଣଙ୍କୁ ଅତାବିରାରେ ହୋଇଥିବା ବି.ଏସ୍.କେ.ୱାଇ ନବୀନ କାର୍ଡ଼ ବିତରଣ ଉତ୍ସବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଣ୍ଟନ କରିଥିଲେ l
ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ ଉତ୍ସବ ରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବିଧାୟିକା ଛୁରିଆ,ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ରଣଜିତ ସାହୁଙ୍କ ସମେତ ଅନ୍ୟ ଜିଲ୍ଲାପରିଷଦ ସଦସ୍ୟ, ଏବିଡ଼ିଓ ଗିରିନ୍ଦ୍ର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଇଓ ) ମହମ୍ମଦ ଆକବର, ବ୍ଲକ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଙ୍କ ସହ ସହକାରୀ ଯୋଗାଣ ଅଧିକାରୀ, ଗ୍ରାମ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ସମବେତ ହିତାଧିକାରୀଙ୍କୁ ସଂମ୍ବୋଧିତ କରି ମୁଖ୍ୟଅତିଥି ଛୁରିଆ କହିଥିଲେ ଯେ ବି.ଏସ୍.କେ.ୱାଇ ନବୀନ କାର୍ଡ ବଣ୍ଟନ କରି ଆଜି ମୁଁ ବହୁତ ଖୁସି କାରଣ ୨ ମାସ ପୂର୍ବେ କୋର କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କୁ ସେ ଏହି ପ୍ରସ୍ତାବ ଦେଇଥିଲେ ଏବଂ ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଏହା ମୁଖ୍ୟମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ପଦକ୍ଷେପ l
ଏଣୁ ଆପଣମାନେ ଭଗବାନଙ୍କ ଠାରେ ପ୍ରାର୍ଥନା କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହୋଇ ଆମ ଗହଣରେ ଆମ ପରିବାର ମୁଖିଆ ହୋଇ ରହନ୍ତୁ l ବି.ଏସ୍.କେ.ୱାଇ ନବୀନ କାର୍ଡ ଦ୍ୱାରା ଲୋକେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ପାଇପାରିବେ l