Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ବିଜେଡି ଭାଜପା ରାଜନୀତି ଆଜି ହୋଇପାରେ ମେଣ୍ଟ ନିଷ୍ପତ୍ତି – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ବିଜେଡି ଭାଜପା ରାଜନୀତି ଆଜି ହୋଇପାରେ ମେଣ୍ଟ ନିଷ୍ପତ୍ତି

0

ଭୁବନେଶ୍ୱର,୧୨।୩: (ସଂସ୍କୃତି ମିଡ଼ିଆ )- ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ଘନେଇବାକୁ ବସୁଛି l ଅନ୍ୟ ପଟେ ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇ ପାରୁ ନାହିଁ l ତେବେ ମଙ୍ଗଳବାର ଦିଲ୍ଲୀରେ ବିଜେଡି-ଭାଜପା ମେଣ୍ଟ କୁ ନେଇ ମାନସ ମନ୍ଥନ ଚାଲିଛି। ଏବେ ଔପଚାରିକ ଭାବେ ମେଣ୍ଟ ଘୋଷଣା ବାକି ଥିବା ଚର୍ଚ୍ଚାକୁ ଜନତା ଏଡାଇ ଦେଇ ପାରୁ ନାହାନ୍ତି । ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି, ଯାହା ଜଣାପଡୁଛି ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ଘୋଷଣା ହୋଇପାରେ। ସୂଚନାଯୋଗ୍ୟ,ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁନି।bଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ରାଜନୀତିରେ ଗୁଜବ ଓ ମିଛ କଥା ସବୁଠାରୁ ଖରାପ ଜିନିଷ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ମେଣ୍ଟକୁ ନେଇ ସସପେନ୍ସ ଆହୁରି ବଢିବାରେ ଲାଗିଛି। ଆଜି ସନ୍ଧ୍ୟାକୁ କଣ ଖବର ଆସୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର l


Leave a Reply

Your email address will not be published. Required fields are marked *

error: Content is protected !!