Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ବରଗଡ଼ ଜିଲ୍ଲା ସୋହେଲା ସମେତ ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ବରଗଡ଼ ଜିଲ୍ଲା ସୋହେଲା ସମେତ ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି

0

ବରଗଡ଼ ,୧୩।୩:(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ସୋହେଲା ସମେତ ରାଜ୍ୟର ୧୩ଟି ଜିଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର ରହିଛି। ସେହିପରି ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!