ଗୋଡ଼ଭଗାରେ ସହିଦ ଦିବସ 

0

ସରଣ୍ଡା,୨୩/୩-(ସଂସ୍କୃତି ମିଡ଼ିଆ )- ସାରା ଭାରତ ବର୍ଷରେ ଆଜି ସହିଦ୍ ଶୁକଦେବ, ସହିଦ୍ ଭଗତ ସିଂହ ଓ ଜୟୀ ରାଜଗୁରୁ ଙ୍କ ଫାସୀ ଦିବସ କୁ ସହିଦ୍ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମା ଦୁର୍ଗା କମିଟି, ଗୋଡଭଗା ର ସଭାପତି ଶ୍ରୀ କୁଳମଣି ପ୍ରଧାନ ଙ୍କ ସଭାପତିତ୍ବରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ଶନିବାର ସନ୍ଧ୍ୟାରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ କର୍ମକର୍ତା ମାନେ ଏକତ୍ରିତ ହୋଇ ସହିଦ୍ ମାନଙ୍କ ତୈଳଚିତ୍ର ରେ ପୁଷ୍ପ ଗୁଚ୍ଛ ଦେଇ ନିଜ ନିଜ ମତ ରଖିଥିଲେ ।

ବୈଠକରେ ମା ଦୁର୍ଗା କମିଟି, ଗୋଡଭଗା ଦୁର୍ଗା ପୂଜା କମିଟି ତଥା ଲାୟନ୍ସ କ୍ଳବ୍ ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ରଥ, ସୁରେଶ ଦାଶ, ରମେଶ ଅଗ୍ରୱାଲ, ଅନିରୁଦ୍ଧ ଖମାରୀ, ବିଭୁ ମହାନ୍ତି, ସତୀଶ ଦାଶ, ଅଶ୍ଵିନୀ ପ୍ରଧାନ, ପ୍ରେମରାଜ ପ୍ରଧାନ, ଦିବାକର ପ୍ରଧାନ, ବେଦବ୍ୟାସ ଶେଠ୍, ଶିବା ବହିଦାର, ଆଶିଷ ଶର୍ମା, ବ୍ରିଜେଶ ମିତ୍ତଲ, ପ୍ରଦୀପ କର୍ଣ୍ଣ, ପ୍ରଦୀପ ପ୍ରଧାନ, ମନୋଜ ଶର୍ମା, ଅଜୟ ବାଙ୍କା, ବୀରେନ ଆଦାବର୍, ସୁବର୍ଣ୍ଣ ମେହେର, ସୁଶାନ୍ତ ପ୍ରଧାନ ଆଦି ଉପସ୍ଥିତ ରହି ସହିଦ୍ ମାନଙ୍କ ବିଷୟରେ ବକ୍ତବ୍ୟ ରଖି ସ୍ମୃତି ଚାରଣ କରିଥିଲେ । ଶେଷରେ ଦେବବ୍ରତ ରଥ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!