କାଠଡେରା ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପୂର୍ଣ୍ଣାହୂତି ସହ ମହାସମାରୋହରେ ସମ୍ପର୍ଣ୍ଣ

0

ସରଣ୍ଡା,,୨୧/୩(ସଂସ୍କୃତି ମିଡ଼ିଆ ):ଚଳିତ ମାସ ୧୫ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ଶ୍ରୀ ଗୁଣ୍ଡିଚା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ପୂର୍ଣ୍ଣାହୂତି ବୁଧବାର ପଡ଼ିଛି। ନୂତନ କରି ଗୁଣ୍ଡିଚା ମନ୍ଦିର ନିର୍ମାଣ ଏବଂ ବିଗ୍ରହ ସ୍ଥାପନ ସହିତ ଏହାକୁ ସଂଲଗ୍ନ କରି ରଥଯାତ୍ରା ସମୟରେ ୬ଖଣ୍ଡ ଗ୍ରାମରୁ ଆସୁଥିବା ପ୍ରଭୁ ଜଗନ୍ନାଥଙ୍କ ପାଇଁ ପୃଥକ ଭାବେ ୬ଟି ମାଉସୀ ମାଁ ଗୁଣ୍ଡିଚା ମନ୍ଦିର ନିର୍ମାଣର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ୧୫ତାରିଖରେ ଅଙ୍କୁରାରୋପଣ, ୧୬ତାରିଖ କଳସଯାତ୍ରା । ୧୭ତାରିଖ ପୂଜାରମ୍ଭ,ବାସ୍ତୁପୂଜା, ଯୂପସ୍ନାନ, ଅନ୍ନାଭରଣ,ଅଗ୍ନି ସ୍ଥାପନ,ହୋମ । ୧୮ତାରିଖ ମଣ୍ଡପ ଦେବତା ପୂଜା,ବିଗ୍ରହଙ୍କ ମହାସ୍ନାନ,ଗୀତାଯଜ୍ଞ,ଆରତୀ ପୁଷ୍ପାଞ୍ଜଳି । ୧୯ତାରିଖ ମଣ୍ଡପ ଦେବାଦେବୀଙ୍କ ପୂଜନ,ବିଗ୍ରହ ମାନଙ୍କ ଫଳ ପୁଷ୍ପାଭିଷେକ,ମନ୍ଦିର ଅଧିବାସ,ସ୍ନାନ,ଚଣ୍ଡିହୋମ । ୨୦ତାରିଖ ବୁଧବାର ବିଗ୍ରହ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା,ବିଷ୍ଣୁ ଓ ଦେବୀଙ୍କ ସହସ୍ର ନାମ ହୋମ,ଧ୍ଵଜ କଳସ ସ୍ଥାପନ,ବିଗ୍ରହ ମନ୍ଦିର ପ୍ରବେଶ ଏଵଂ ପୂର୍ଣ୍ଣାହୂତି ହୋଇଥିଲା । ପ୍ରତିଦିନ ଭକ୍ତମାନଙ୍କ ପାଇଁ ଅନ୍ନଭୋଜର ବ୍ୟବସ୍ଥା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୬ ଓ ୧୭ ତାରିଖରେ ଲୋକ ମହୋତ୍ସବ, ମହିଳା ସଂକୀର୍ତ୍ତନ,୧୮ତାରିଖରେ ପାରାୟଣ,କୃଷ୍ଣଗୁରୁ, ଭଜନ । ୧୯ତାରିଖରେ କୃଷ୍ଣ ଗୁରୁ,ପାରାୟଣ । ୨୦ତାରିଖରେ ସ୍ଥାନୀୟ କିର୍ତ୍ତନ୍ୟ ଓ ଅର୍କେଷ୍ଟ୍ରା ପରିବେଷଣ ହୋଇଥିଲା । ସେହିପରି ଅଷ୍ଟ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୂତି ମଧ୍ୟ ବୁଧବାର ପଡିଥିଲା । ମନ୍ଦିରରେ ମାଁ ଗୁଣ୍ଡିଚାଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା । ମୂଖ୍ୟ ପୁରୋହିତ ପଣ୍ଡିତ ବାବୁଲାଲ ପାଣ୍ଡିଆଙ୍କ ସମେତ ୨୧ଜଣ ସହଯୋଗୀ ଏବଂ ମୂଖ୍ୟ କର୍ତ୍ତା ସଞ୍ଜୀବ ପତି ସପତ୍ନିକ ଏବଂ ୨୧ଯୋଡ଼ି କର୍ତ୍ତୀକର୍ତ୍ତା ନିଜ ନିଜର କର୍ତ୍ତା କାର୍ଯ୍ୟ ସଂପାଦନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!