ଚର୍ଚ୍ଚା ରେ ବର୍ତ୍ତମାନ ବିଜେପିର ଆଗଧାଡିରେ ଚିନ୍ମୟ

ପଦ୍ମପୁର, ୨୫/୩ (ସଂସ୍କୃତି ମିଡ଼ିଆ ): ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି,ସେତେ ସମୀକରଣ ବଦଳିବାରେ ଲାଗିଛି। ଭାରତୀୟ ଜନତା ପାର୍ଟି ନିଜର ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।ବରଗଡ ଲୋକସଭା ପାଇଁ ପ୍ରଦୀପ ପୁରୋହିତ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ରୁ କିଏ ବିଧାୟକ ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳର ସଂଗଠନକୁ ଦୃଢ଼ିଭୂତ କରିବା ପାଇଁ ତୃଣମୂଳ ସ୍ତରରେ ଶ୍ରୀ ଚିନ୍ମୟ କୁମାର ପଣ୍ଡା ଙ୍କ ପ୍ରଚେଷ୍ଟା ଖୁବ୍ ସୁନ୍ଦର। ଦିବାରାତ୍ରି ଏକ କରି ଗାଁ ମୁହାଁ ହେବାରେ ଲାଗିଛନ୍ତି ଚିନ୍ମୟ। ଗାଁ ମାନଙ୍କ ସମସ୍ୟା, ଲୋକଙ୍କ ସମସ୍ୟା ଏପରିକି ଗାଁ ମାନଙ୍କର ବିକାଶ କେମିତି କେଉଁ ଭଳି ଭାବେ ହେବ ତାକୁ ନେଇ ଗାଁ ଲୋକଙ୍କ ସାଥିରେ ବସି ମାନସ ମନ୍ଥନ କାର୍ଯ୍ୟକ୍ରମ ମାନ କରିବାରେ ଲାଗିପଡିଛନ୍ତି। ଶୁଣିବାକୁ ମିଳୁଛି ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଦଳରୁ ପ୍ରତିଦ୍ୱନ୍ଦିତା କରିବେ। ଗାଁରୁ ସହର ସବୁଠି ଚର୍ଚ୍ଚା ଏଭଳି ଉପଯୁକ୍ତ ପ୍ରାର୍ଥୀର ଆବଶ୍ୟକତା ରହିଛି। ଯଦି ଚିନ୍ମୟ କୁମାର ପଣ୍ଡା ଙ୍କୁ ବିଜେପି ଦଳ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ କରେ ତେବେ ପଦ୍ମପୁରରେ ସୁନିଶ୍ଚିତ ବିଜୟର ବାନା ଉଡିବ ବୋଲି ଲୋକ ମାନଙ୍କ ମୁହଁରୁ ଶୁଣାଯାଉଛି। ସେ ବର୍ତ୍ତମାନ ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଉପନିର୍ବାଚନରେ ବିଜେଡି ଦେଖାଇଥିବା ସୁନେଲି ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯାଇଛି। ଯାହା ଫଳରେ ଲୋକେ ବିଜେଡି ପ୍ରତି ବ୍ୟାପକ ଅସନ୍ତୁଷ୍ଟ ହୋଇ ନୂତନ ବିକଳ୍ପ ପାଇଁ ଚିନ୍ତାରେ ଥିବାବେଳେ, ଏଭଳି ଘଡିସଦ୍ଧି ମୂହୁର୍ତ୍ତରେ ଶ୍ରୀ ପଣ୍ଡା ଙ୍କୁ ଦେଖି ଲୋକେ କୁହାକୁହି ହେଲେଣି ଯେ, ଶ୍ରୀ ପଣ୍ଡା ହିଁ ଏକ ମାତ୍ର ବିକଳ୍ପ ।