ଅତାବିରାରେ ପୋଲିସର ଫ୍ଳାଗ୍ ମାର୍ଚ୍ଚ

0

ସରଣ୍ଡା,25/3(ସଂସ୍କୃତି ମିଡ଼ିଆ )-ଚଳିତ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବେ କରାଇବା ପାଇଁ ପୋଲିସ ପ୍ରଶାସନ ତତ୍ପର ହେବାକୁ ଲାଗିଛି। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ତତ୍ଵାବଧାନରେ ଆଜି ସୋମବାର ଦିନ ୪ ଟାରେ ଅତାବିରା ଗ୍ରାମରେ ଅତାବିରା ପୋଲିସ ର ଫ୍ଲାଗ ମାର୍ଚ୍ଚ ହୋଇଥିଲା। କଡା କଡ଼ି ଭାବେ ନଜର ରଖିବା ପାଇଁ ଫ୍ଳାଗ୍ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଥିଲା। ଅତାବିରା ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ତଥା ଅଞ୍ଚଳ ରେ ଥିବା ବୁଥ୍ ଗୁଡିର ଭୋଟର ଯେପରି କୌଣସି ଭାବେ ପ୍ରଭାବିତ ନ ହୁଅନ୍ତୁ ଏଥିପାଇଁ ସମ୍ପୂର୍ଣ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କୌଣସି ରାଜନୈତିକ ଦଳ ଯେପରି ସାଧାରଣ ଜନତା ଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରଲୋଭିତ ଲୋଭ ଦେଖାଇ ପ୍ରଭାବିତ ନ କରି ପାରନ୍ତି ଏହା ଉପରେ ନଜର ରଖାଯିବା ଏହି ଫ୍ଳାଗ୍ ମାର୍ଚ୍ଚ ର ମୂଳ ଉଦ୍ଧେଶ୍ୟ । ଅବାଧ ଓ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସାଧାରଣ ଜନତା ମଧ୍ୟ ସହଯୋଗ କରିବା ପାଇଁ ଏସ୍ ପି ତଥା ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!