ବାକିଥିବା 3 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଭୁବନେଶ୍ୱର,୩୦ା୩: ( ସଂସ୍କୃତି ମିଡ଼ିଆ )-ଭାରତୀୟ ଜନତା ପାର୍ଟି(ଭାଜପା ତଥା ବିଜେପି ) କେନ୍ଦ୍ର ନେତୃବୃନ୍ଦ ଓଡ଼ିଶା ପାଇଁ ବାକି ଥିବା ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛନ୍ତି l

ଦୁଇ ଦିନ ତଳେ ବିଜେଡ଼ି ଦଳରୁ ଆସି ବିଜେପି ରେ ଯୋଗ ଦେଇଥିବା ଭର୍ତ୍ତୃହରି ମହତାବଙ୍କୁ କଟକ ପାଇଁ ଦଳ ପ୍ରାର୍ଥୀ କରିଛି। ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଉପରେ ଦଳ ମୋହର ମାରି ଟିକେଟ ଦେଇଛି । ସେହିଭଳି କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ଭରସା କରିଛି। ପୂର୍ବରୁ ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଆଜିର ୩କୁ ମିଶାଇ ସମସ୍ତ ୨୧ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରି ବିଜେପି ଟିକେଟ ଦେବାରେ ଆଗୁଆ ଅଛି ।ବିଜେପିର ଓଡ଼ିଶାରେ ଲୋକସଭା ପାଇଁ ସମସ୍ତ ଆସନ ଲାଗି ପ୍ରାର୍ଥୀ ଘୋଷଣାରେ ଆଗୁଆ ଅଛି l ପୂର୍ବରୁ ଘୋଷଣା ହୋଇଥିବା ତାଲିକାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ରୁ ପ୍ରଦୀପ ପୁରୋହିତ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର,କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜରୁ ନବ ଚରଣ ମାଝି, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂ ଦେଓ, କୋରାପୁଟରୁ କାଳିରାମ ମାଝୀ ଏବଂ ନବରଙ୍ଗପୁରରୁ ବଳଭଦ୍ର ମାଝି ଙ୍କୁ ଦଳ ପ୍ରାର୍ଥୀ କରାଇଛି ।


Leave a Reply

Your email address will not be published. Required fields are marked *

error: Content is protected !!