ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ // ଦୁର୍ଯ୍ୟୋଧନ ଛତର ସଭାପତି / ହିତେନ୍ଦ୍ରିୟ ପ୍ରଧାନ ସମ୍ପାଦକ /ତ୍ରିପୁରାରି ଚାନ୍ଦ ଉପ ସଭାପତି

ଦୁର୍ଯ୍ୟୋଧନ ଛତର, ସଭାପତି
ତ୍ରିପୁରାରି ଚାନ୍ଦ ଉପ ସଭାପତି
ହିତେନ୍ଦ୍ରିୟ ପ୍ରଧାନ ସମ୍ପାଦକ
ସରଣ୍ଡା,30/3(ସଂସ୍କୃତି ମିଡ଼ିଆ ) ବରଗଡ ଜିଲ୍ଲା ଅତାବିରା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର ନୂତନ କର୍ମକର୍ତ୍ତା ଶନିବାର ମଧ୍ଯାହ୍ନ ୧୨ଟାରେ ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଦୁର୍ଯ୍ୟୋଧନ ଛତର, ଉପ ସଭାପତି ତ୍ରିପୁରାରି ଚାନ୍ଦ, ସମ୍ପାଦକ ହିତେନ୍ଦ୍ରିୟ ପ୍ରଧାନ, କାର୍ଯ୍ୟକାରୀ ସଦସ୍ଯ ମନୋଜ କୁମାର ଷଡଙ୍ଗୀ, ରୋହୀତ କୁମାର ମହାପାତ୍ର, ଦିଲ୍ଲୀପ କୁମାର ସ୍ବାଇଁ, ଧନପତି ବାଦି, ମାନସରଂଜନ ତ୍ରିପାଠୀ ପ୍ରମୁଖ ମନୋନୀତ ହୋଇଛନ୍ତି। ଏଥିରେ ଆଇନଜୀବୀ ଦିବ୍ୟକିଶୋର ମିଶ୍ର, ତ୍ରିଲୋଚନ ବେହେରା, ସମୀର ଦାସ, ବୀରେନ୍ଦ୍ର ତ୍ରିପାଠୀ, ରୋହିତ ମହାପାତ୍ର, ମନୋଜ ଷଡଙ୍ଗୀ, ବୀରେନ୍ଦ୍ର କୁମାର ବାଂକା, ନିରୋଦ ଚନ୍ଦ୍ର ମହାକୁର, ବିକାଶ ମିଶ୍ର, ଘଡିଗୋପାଲ ତ୍ରିପାଠୀ, ମାନସରଂଜନ ତ୍ରିପାଠୀ, ଉନ୍ମିକ୍ରିଷ୍ନା ନାୟାର, ରାଜା ପାଣ୍ଡେ, ଜୟକୁମାର ଦାସ, ସାରଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।