ଗୋଡ଼ଭଗା ମାରୱାଡ଼ି ପଞ୍ଚାୟତି ଧର୍ମଶାଳାର ଶୁଭ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସରଣ୍ଡା,31/3(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭାଗା ସ୍ଥିତ ନବନିର୍ମିତ ମାରୱାଡ଼ି ପଞ୍ଚାୟତି ଧର୍ମଶାଳାର ଶୁଭ ପ୍ରତିଷ୍ଠା ପାଇଁ ରବିବାର ସକାଳ 10ଟା ସମୟରେ କଳସ ଶୋଭାଯାତ୍ରା କରାଯାଇଛି l ଧର୍ମଶାଳାଠାରେ କରାଯାଇଥିବା ପୂଜା ପୀଠରୁ କଳସ ଆହ୍ୱାନ କରି ନିକଟସ୍ଥ ଗଡତିଆପାଲି ଶିବ ମନ୍ଦିର ପୋଖରୀରୁ ପୂଜାର୍ଚ୍ଚନା କରାଯାଇଛି l ସେଠାରୁ ସଂକଳ୍ପିତ ପୂର୍ଣ୍ଣ କଳସ ଧାରଣ କରି କର୍ତ୍ତା ରାମା ଅବତାର ଶର୍ମା ଓ ତାଙ୍କ ପତ୍ନୀ ସରୋଦ ଶର୍ମା ଙ୍କ ସମେତ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ନବନିର୍ମିତ ମାରୱାଡ଼ି ପଞ୍ଚାୟତି ଧର୍ମଶାଳାର ପୂଜା ମଣ୍ଡପକୁ ପହଞ୍ଚି କଳସ ସ୍ଥାପନ କରିଥିଲେ l
ମୁଖ୍ୟ ପଣ୍ଡିତ କୀର୍ତ୍ତିଚନ୍ଦ୍ର ପଣ୍ଡା ଏବଂ ତାଙ୍କ ସାଥି ପୌରହିତ୍ୟ ଦାୟିତ୍ୱ ବହନ କରୁଛନ୍ତି l ଏହି ପ୍ରତିଷ୍ଠା ଉତ୍ସବ ଆଜି ୩୧.୩.୨୪ ରବିବାରରୁ କଳସ ସ୍ଥାପନ ସହ ଆରମ୍ଭ ହୋଇଯାଇଛି l ଆସନ୍ତା 4 ଏପ୍ରିଲ 2024 ପର୍ଯନ୍ତ୍ ଏହି ପ୍ରତିଷ୍ଠା ଉତ୍ସବ ପୂଜାପାଠ ଚଳିବ । ଏପ୍ରିଲ 4 ତାରିଖ ଗୁରୁବାର ଦିନ ସକାଳ 10ଟାରେ ହବନ, ପୂର୍ଣ୍ଣାହୁତି ଆରତୀ ପର୍ବ ଅନୁଷ୍ଠିତ ହେବ l ପରେ ସନ୍ଧ୍ୟା 5ଟାରେ ମାଂସଂମ୍ମାନ ପରମ୍ପରା ଅନୁଷ୍ଠିତ ହୋଇ ରାତ୍ରିରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି ବୋଲି ଗୋଡଭଗା ମାରୱାଡ଼ି ପଞ୍ଚାୟତ ସମିତି, ସଚିବ ସାଲେଗ୍ରାମ ଅଗ୍ରୱାଲ ସୂଚନା ଦେଇଛନ୍ତି l ଆଜିର କଳସ ଶୋଭାଯାତ୍ରାରେ ଖଇରପାଲି ଗ୍ରାମର କୀର୍ତ୍ତନ୍ୟ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ l
(ପ୍ରସ୍ତୁତି ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )