ଗୋଡ଼ଭଗା ମାରୱାଡ଼ି ପଞ୍ଚାୟତ ସମିତି ଉଦଘାଟିତ // ଶିକ୍ଷାକୁ  ଦିଆଯିବ ପ୍ରାଧାନ୍ୟ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 3145728;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 48;


ସରଣ୍ଡା,4/4(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭାଗା ସ୍ଥିତ ନବନିର୍ମିତ ମାରୱାଡ଼ି ପଞ୍ଚାୟତ ସମିତି ଗୁରୁବାର ଉଦଘାଟିତ ହୋଇଯାଇଛି l

ଏହି ଅବସରରେ ଅନୁଷ୍ଠିତ ମାରୱାଡି ପଞ୍ଚାୟତ ସମିତି ଧର୍ମଶାଳା ଉଦଘାଟନ ଓ ମାନ ସଂମ୍ମାନ ସମାରୋହ ରେ ଅନୁଷ୍ଠାନର ଅଧ୍ୟକ୍ଷ ରାମଅବତାର ଶର୍ମା ସଭାପତିତ୍ୱ କରିଥିଲେ l ମଧୁସୂଦନ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ସମ୍ବଲପୁରର ଶିଳ୍ପପତି ଅଶୋକ ଜଳାନ ମୁଖ୍ୟଅତିଥି, ମାଧବ ଡାଲମିଆଁ ମୁଖ୍ୟବକ୍ତା, ସନ୍ତୋଷ ଅଗ୍ରୱାଲ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମିତିର ସଚିବ ସାଲେଗ୍ରାମ ଅଗ୍ରୱାଲ ମଞ୍ଚାସିନ ଥିଲେ l ସନ୍ଧ୍ୟା ୬ ଟା ୨୫ ମିନିଟରେ ନବ ନିର୍ମିତ ଧର୍ମଶାଳାକୁ ଫିତା କାଟି ଉଦଘାଟନ କରିଥିଲେ l ପରେ ରାତ୍ରି ୭ ଟା ୨୮ ମିନିଟରେ ଠାକୁରଙ୍କ ଠାରେ ଦୀପ ପ୍ରଜ୍ଜଳନ ପୂର୍ବକ ସଭା ଅନୁଷ୍ଠିତ ହୋଇଥିଲା l 1999 ମସିହାରୁ ଗୋଡ଼ଭଗାରେ ମାରୱାଡି ସମାଜ ପକ୍ଷରୁ ଏହି ପରିକଳ୍ପନା କରାଯାଇ ଆଜି ତାର ସମ୍ପୂର୍ଣ୍ଣ ନବୀକରଣ କରାଯାଇଥିଲା l ଏହି 25 ବର୍ଷ ମଧ୍ୟରେ ସମାଜର ପୂର୍ବ ନେତୃତ୍ୱଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସଭାରେ ମଧୁ କେଡ଼ିଆ ସୁଵିଚାର ବକ୍ତବ୍ୟ ଦେଇଥିଲେ l ସମାଜରେ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସମସ୍ତଙ୍କୁ ଶିକ୍ଷିତ କରିବାକୁ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ କହିଥିଲେ l କେବଳ ମାରୱାଡି ସମିତିର ବ୍ୟକ୍ତି ବିଶେଷ ଙ୍କ ଦାନରେ ଏହି ବିରାଟ ଧର୍ମଶାଳା ହୋଇଛି l ଏଥିରେ 27 ଜଣ ଦାତାଙ୍କ ଦାନରେ 27ଟି ଶୀତତାପ ନିୟନ୍ତ୍ରଣ କକ୍ଷ ସହ ସଭା ଗୃହ, ମାଙ୍ଗାଳିକ ମଣ୍ଡପ ଆଦି ବହୁ କାର୍ଯ୍ୟ କରାଯାଇଛି l

ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳାର ଶୁଭ ପ୍ରତିଷ୍ଠା ପାଇଁ ରବିବାର ସକାଳ 10ଟା ସମୟରେ କଳସ ଶୋଭାଯାତ୍ରା କରାଯାଇଥିଲା l କର୍ତ୍ତା ରାମା ଅବତାର ଶର୍ମା ଓ ତାଙ୍କ ପତ୍ନୀ ସରୋଦ ଶର୍ମା ଙ୍କ ସମେତ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ନବନିର୍ମିତ ମାରୱାଡ଼ି ପଞ୍ଚାୟତ ସମିତି ଧର୍ମଶାଳାର ପୂଜା ମଣ୍ଡପ କରି ସୋମବାର, ମଙ୍ଗଳବାର, ବୁଧବାର ବିଭିନ୍ନ ପୂଜା ପାଠ କରିଥିଲେ l ମୁଖ୍ୟ ପଣ୍ଡିତ କୀର୍ତ୍ତିଚନ୍ଦ୍ର ପଣ୍ଡା ଏବଂ ତାଙ୍କ ସାଥି ପୌରହିତ୍ୟ ଦାୟିତ୍ୱ ବହନ କରୁଛନ୍ତି l ଆଜି 4 ଗୁରୁବାର ଦିନ ସକାଳ 10ଟାରେ ହବନ, ପୂର୍ଣ୍ଣାହୁତି ଆରତୀ ପର୍ବ ଅନୁଷ୍ଠିତ ହୋଇଥିଲା l ଶେଷରେ ସମିତିର ସଚିବ ସାଲେଗ୍ରାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!