କଠୋର ପରିଶ୍ରମ ଓ ଶୃଙ୍ଖଳା ହିଁ ସଫଳତାର ଚାବିକାଠି, ସୁବୋଧ

ସରଣ୍ଡା,5/4(ଯୁଧିଷ୍ଠିର ମହାପାତ୍ର )ବରଗଡ ଜିଲା ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ା ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟକୁ ପୁରାତନ ଛାତ୍ର ତଥା ବାଲେଶ୍ୱର ଚାନ୍ଦବାଲି ଡ଼ିଆର୍ ଡିଓ ଡାଇରେକ୍ଟର ସୁବୋଧ କୁମାର ନାଏକ ତାଙ୍କର ଧର୍ମପତ୍ନୀ ବିଦ୍ୟାବତୀ ସୁବୋଧ ନାଏକ ଙ୍କ ସହ ଶୁକ୍ରବାର ପରିଦର୍ଶନ ଆସିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଭୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ମିଶ୍ର ଙ୍କ ସଭାପତିତ୍ବରେ ଏକ ଉଦ୍- ବୋଧନୀ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଶ୍ରୀଯୁକ୍ତ ନାଏକ ବିଦ୍ୟାଳୟ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କ ର ସଫଳତା ପାଇଁ ସେ ଅଧ୍ୟୟନ କରିଥିବା ବିଦ୍ୟାଳୟ କୁ ହିଁ ଶ୍ରେୟ ଦେଇଥିଲେ। ଶିକ୍ଷା ବଳରେ ମଣିଷ ଅସମ୍ଭବ କୁ ସମ୍ଭବ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହା ସହ କଠୋର ପରିଶ୍ରମ ଓ ଶୃଙ୍ଖଳା ହିଁ ସଫଳତାର ଚାବିକାଠି ଏବଂ ଏହି ଆଦର୍ଶ ରେ ଆଗକୁ ଯିବା ପାଈଁ ଛାତ୍ରୀଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ। ସଭାରେ ଉପସ୍ଥିତ ତାଙ୍କର ଧର୍ମପତ୍ନୀ ମଧ୍ୟ ବକ୍ତବ୍ୟ ଦ୍ଵାରା ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।ସଭା ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଯୁକ୍ତ ନାଏକ ଙ୍କ ପରିଚୟ ପ୍ରଦାନ କରିବା ସହ ସେ ଛାତ୍ରୀଛାତ୍ର ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ଭୋଲାନାଥ ବାରିକ ଶ୍ରୀଯୁକ୍ତ ନାଏକ ଆମ ବିଦ୍ୟାଳୟ ର ଗର୍ବ ଓ ଗୌରବ ବୋଲି କହିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ଗୋପବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ନାଏକ ବିଦ୍ୟାଳୟ ର ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର , ସ୍ମାର୍ଟ କ୍ଳାସରୁମ୍ ବୁଲି ଦେଖିଥିଲେ ଓ ଖୁସିବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପ୍ରତି ତାଙ୍କର ଭକ୍ତିପୂତ ଶ୍ରଦ୍ଧା ଛାତ୍ରୀଛାତ୍ରମାନଙ୍କୁ ଭାବ ବିହ୍ଵଳିତ କରିଥିଲା।