ତୃତୀୟ ପର୍ଯ୍ୟାୟରେ ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା, ବଢ଼ିଲା ପଦ୍ମପୁର ଦ୍ଵନ୍ଦ // ଲଢ଼ିବେ କି ସୁପ୍ରିମୋ?

ଭୁବନେଶ୍ୱର/ବରଗଡ଼ ,୫।୪ (ସଂସ୍କୃତି ମିଡ଼ିଆ ) 2024 ସାଧାରଣ ନିର୍ବାଚନଯେତେ ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ତୀବ୍ର ହେବାକୁ ଲାଗିଛି l ଶୁକ୍ରବାର ବିଜେଡି ପକ୍ଷରୁ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଶୁକ୍ରବାର ଆଉ ୯ ବିଧାନସଭା ଆସନ ଲାଗି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପୁଣି ପଛକୁ ଘୁଞ୍ଚିଛି l ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ପଦ୍ମପୁରର ନାମ ନ ରହିବା କାରଣ ପୂର୍ବରୁ ଲାଗିଥିବା ଦ୍ଵନ୍ଦ ଦ୍ବିଗୁଣିତ କରିଛି l କାଳେ ନିଜେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନିଜେ ହିଞ୍ଜିଳି ସହ ପଦ୍ମପୁର ଆସନରେ ବି ଲଢେଇ କରିବେ କି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରି ଦେଲେଣି l ତେବେ ତୃତୀୟ ପର୍ଯ୍ୟାୟ ରେ କିଏ କେଉଁଠୁ ପାଇଲେ ଟିକେଟ ଆସନ୍ତୁ ଜାଣିବା……..
-ରେଙ୍ଗାଲି-ସୁଦର୍ଶନ ହରିପାଲ
-ରାଉରକେଲା-ଶାରଦା ନାୟକ
-ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ
-କେନ୍ଦୁଝର-ମୀନା ମାଝୀ
-ରାଇରଙ୍ଗପୁର-ରାଇସିଂ ମୁର୍ମୁ
-ବାଲେଶ୍ୱର-ସ୍ବରୂପ ଦାସ
-ବାରବାଟୀ କଟକ- ପ୍ରକାଶ ବେହେରା
-ସାଲେପୁର-ପ୍ରଶାନ୍ତ ବେହେରା
-ଜୟଦେବ-ନବକିଶୋର ମଲ୍ଲିକ
ଦେଖା ଯାଉ ପଦ୍ମପୁର ପାଇଁ ବିଜେଡ଼ି କେବେ ପ୍ରାର୍ଥୀ ଘୋଷଣା କରୁଛି l