ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବରଗଡ଼,7/4(ସଂସ୍କୃତି ମିଡ଼ିଆ )- ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜରେ ରବିବାର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି l
ଏହି ଅବସରରେ ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ଏକ ରାଲି କରାଯାଇଥିଲା l ବରଗଡ଼ ନିଶାମାଣି ହାଇସ୍କୁଲ ପଡ଼ିଆଠାରୁ ଏହି ସଚେତନତା ରାଲି ଆରମ୍ଭ ହୋଇ ବରଗଡ଼ ସହର ପରିକ୍ରମା କରାଯାଇଥିଲା l
ଏହି ରାଲି ଶୋଭାଯାତ୍ରାରେ କଲେଜରେ ଡାଇରେକ୍ଟର ଫକୀର କର୍ଣ୍ଣ, ଅଧ୍ୟକ୍ଷ ସୁନିତା ରାଣୀ ବାଗ, ଡ଼.ଅରୂପାନନ୍ଦ ସାହୁଙ୍କ ସମେତ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଆଜିର ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ” ମୋ ସ୍ୱାସ୍ଥ୍ୟ ମୋ ଅଧିକାର” ଶୀର୍ଷକକୁ ଆଧାର କରି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା l ଉତ୍ତମ ଓ ନିରୋଗ ସ୍ୱାସ୍ଥ୍ୟ ହେଉଛି ମଣିଷର ମୌଳିକ ଅଧିକାର ଏବଂ ଦୈନନ୍ଦିନ ଜୀବନଚର୍ଯ୍ୟା l ଏହାକୁ ଯଦି ଉତ୍ତମ ଭାବରେ ମଣିଷ ନିର୍ବାହ କରିବ ତେବେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବେ ବୋଲି ଛାତ୍ରଛାତ୍ରୀମାନେ ଏକ ବ୍ୟଙ୍ଗ ନାଟକ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ l
(ପ୍ରସ୍ତୁତି ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )