ଅତାବିରା ଅଞ୍ଚଳ ଧାନ ଚାଷରେ ରୋଗ ପୋକ, କ୍ଷୟକ୍ଷତି ଆକଳନ ଦାବି ପତ୍ର ପ୍ରଦାନ 

0

ଅତାବିରା ,9/4(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଧାନ ଚାଷରେ ରୋଗ ପୋକ ପ୍ରାରଦୁର୍ଭାବ ବଢ଼ିବାରେ ଲାଗିଛି l ଏଥିପାଇଁ ମଂଗଲବାର ମଧ୍ଯାହ୍ନ ୧୨ଟାରେ ଓଡ଼ିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ବରେ ଚାଷୀମାନେ ଅତାବିରା ତହସିଲ କାର୍ଯ୍ୟାଳୟକୁ ଅତିରିକ୍ତ ତହସିଲଦାର ଅଂକିତ ପଣ୍ଡାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଚଳିତ ଧାନଫସଲରେ ବ୍ଯାପକ ରୋଗପୋକ ପରିଲକ୍ଷିତ ହେଉଛି। ଚାଷୀମାନେ ଯେତେ ଔଷଧ ସିଞ୍ଚନ କଲେ ମଧ୍ଯ ନିୟନ୍ତ୍ରଣ ହେଉନାହିଁ । ଏବେ ଅତାବିରା ତହସିଲ ଅଞ୍ଚଳରେ ଅଦିନିଆ ବର୍ଷା ଓ ରୋଗ, ପୋକ ଜନିତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଦେବାକୁ ଅନୁରୋଧ କରିଛନ୍ତି। ଦାବିପତ୍ର ଦେବା ସମୟରେ ବୁଦ୍ଧଦେବ ନନ୍ଦ, ସୁବାସ ବିଶ୍ବାଲ, ସୁରେଶ କର୍ଣ୍ଣ, ସଂସାର ପ୍ରଧାନ, ଦଶରଥ ଭୋଇ, ଟିକେଲାଲ ମିଶ୍ର, ଅଶ୍ବିନୀ ତ୍ରିପାଠୀ, ନରେନ୍ଦ୍ର ପଧାନ, ପାପା ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ -ସୁରେନ୍ଦ୍ର କଠାର


Leave a Reply

Your email address will not be published. Required fields are marked *

error: Content is protected !!