ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବୁର୍ଲା ଭିମସାର ନିର୍ଦ୍ଦେଶକଙ୍କ ସହ ସାକ୍ଷାତ ଆଲୋଚନା

0

ଗୋଡଭଗା, ୯/୪ (ସଂସ୍କୃତି ମିଡିଆ)ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବୁର୍ଲା ଭିମସାର ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଭିମସାରକୁ ଆସୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ସୁବିଧା ବିଷୟରେ ଆଲୋଚନା କରିଥିଲେ। ପରେ ଅସ୍ଥିଶଲ୍ୟ ମହିଳା ବିଭାଗକୁ ଯାଇ ରୋଗୀମାନଙ୍କ ସହ ସାକ୍ଷାତ କରିବା ସହ ଡାକ୍ତର ବିଜୟ କୁମାର ଲାମିଆଙ୍କ ସ଼ହ ସାକ୍ଷାତ କରି ତାଙ୍କ ଅଧିନରେ ଥିବା ପଶ୍ଚିମବଙ୍ଗର ଜଣେ ଗରିବ ମହିଳା ରୋଗୀ ସୁସ୍ଥ ହୋଇଥିବା ବେଳେ ଭିମସାରକୁ ଦିଆଯାଇଥିବା ତାଙ୍କ ସାଂସଦ ପାଣ୍ଠିର ଅନୁଦାନରେ ଥିବା ଆମ୍ବୁଲାନ୍ସରେ ତାଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଦୀର୍ଘ ଦିନ ହେଲା ନିଃସ୍ଵାର୍ଥପର ଭାବରେ ଘରୋଇ ଚିକିତ୍ସା ନକରି କେବଳ ମେଡିକାଲ ରେ ଚିକିତ୍ସା କରିବା ସହ ରୋଗୀଙ୍କ ସଙ୍ଗେ ଉତ୍ତମ ସମ୍ପର୍କ ସ୍ଥାପନ କରି ରୋଗୀଙ୍କ ପରିଜନ ପ୍ରତି ବିଶ୍ଵାସ ଯୋଗାଇ ପାରିଥିବାରୁ ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବ୍ରଜ ସୁନ୍ଦର ସାହୁ ଓ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ଚକ୍ରଧର ମାଝିଙ୍କୁ ସ୍ୱତନ୍ତ୍ର ସାକ୍ଷାତ କରି ସେମାନଙ୍କ ରୋଗୀ ସେବାକୁ ପ୍ରଶଂସା କରିଥିଲେ । ଏହାସହ କୋଭିଡ ସମୟରେ ନିଃସ୍ଵାର୍ଥପର ଭାବରେ ସେବା କରିଥିବା ସହଯୋଗୀ ପ୍ରଫେସର ଡାକ୍ତର ଜଗନ୍ନାଥ ହାତୀଙ୍କୁ କୋଭିଡ ଯୋଦ୍ଧାରେ ସରକାରଙ୍କ ପକ୍ଷରୁ ସମ୍ମାନିତ ହୋଇଥିବାରୁ ତାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହିତ ରେଡକ୍ରସ ପୁଷ୍ଠପୋଷକ ତଥା ବିଶିଷ୍ଟ ସମାଜସେବୀ ନିହାଲ ସିଂ, ରାଜ୍ୟ ସଭା ସାଂସଦଙ୍କ ଆରଡିସି ପ୍ରତିନିଧି ଏମଡି ପରବେଜ ଖାନ, ଜିଲ୍ଲା ପ୍ରତିନିଧି ଆଶିଷ ନନ୍ଦ, ପୁର୍ବତନ ବିଜେଡି ବୁର୍ଲା ନଗର ସଭାପତି ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ – କୈଳାସ ମହାରଣା


Leave a Reply

Your email address will not be published. Required fields are marked *

error: Content is protected !!