ଅତାବିରା ଏନଏସିସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ

ସରଣ୍ଡା/ଅତାବିରା (ସଂସ୍କୃତି ମିଡ଼ିଆ ) ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ଏନଏସିସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଅଗ୍ରସେନ ଭବନ ସାମ୍ନାରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି l ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ସ୍ଥାନୀୟ ଅତାବିରା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ମିଳିତ କର କାମଳରେ ଉଦଘାଟିତ ହୋଇଯାଇଛି l ପଣ୍ଡିତ ଯଥା ବିଧିମୁତାବକ ପୂଜାପାଠ କରିଵା ପରେ ଏହାକୁ ଆନୁଷ୍ଠାନିକ ଭାବେ ନିର୍ବାଚନ ପାଇଁ ଲୋକାର୍ପଣ କରାଯାଇଛି l
(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )